ଦେଶରେ ତିଆରି ହେବ ଦୁନିଆର ତୃତୀୟ ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ, ଜାଣନ୍ତୁ କେଉଁଠି ଏବଂ କେବେ ପୁରା ହେବ ନିର୍ମାଣ

Published By : Prameya-News7 Bureau | July 02, 2021 IST

ଜୟପୁର ୦୨।୭: ଭାରତରେ ଦୁନିଆର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ ହୋଇ ସାରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ ପରେ ଏବେ ଭାରତରେ ଦୁନିଆର ତୃତୀୟ ସବୁଠୁ ବଡ କ୍ରିକେଟ୍  ଷ୍ଟାଡିୟମ ମଧ୍ୟ ନିର୍ମାଣ କରାଯାଉଛି। ଏହି ଷ୍ଟାଡିୟମ ଜୟପୁରରେ ନିର୍ମାଣ ହେବ। ଏଥିପାଇଁ ଜୟପୁର ବିକାଶ ପ୍ରାଧୀକରଣ(ଜେଡିଏ) ଶୁକ୍ରବାର ରାଜସ୍ଥାନ କ୍ରିକେଟ୍ ଏକାଡେମୀ(ଆରସିଏ)କୁ ଜମିର ପଟ୍ଟା ହସ୍ତାନ୍ତର କରିଛନ୍ତି। ଆରସିଏ ଅଧ୍ୟକ୍ଷ ବୈଭବ ଗେହଲଟଙ୍କୁ ଜେଡିଏର  କମିଶନର ଗୌରଭ ଗୋଏଲ ଦିଲ୍ଲୀ ରୋଡରେ ଚୌମ୍ପ ଗାଁରେ  ହେବାକୁ  ଥିବା ଷ୍ଟାଡିୟମ ପାଇଁ ଜମି ଆବଣ୍ଟିତ କରିଛନ୍ତି।

ଏହି ଅବସରରେ ଗେହଲଟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରାୟ ଶହେ ଏକର ଜମିରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ନିର୍ମାଣ ପ୍ରାୟ ତିନି ବର୍ଷରେ ପୁରା ହେବ। ଆଗାମୀ ଅଢେଇ ମାସରେ ଏହାର ଭୂମିପୂଜନ କରାଯିବ। ଷ୍ଟାଡିୟମ ପାଇଁ ୧୦୦ କୋଟି ଲୋନ କରାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ  ବୋର୍ଡ(ବିସିସିଆଇ) ପକ୍ଷରୁ ମଧ୍ୟ ଶହେ କୋଟି ଟଙ୍କା ମଞ୍ଜୁରୀ ମିଳି ସାରିଛି। ୯୦ କୋଟି ଟଙ୍କା ଆରସିଏ ଓ ଅନ୍ୟ ସହଯୋଗରୁ ଯୋଗାଡ କରାଯିବ। ଏହି ଷ୍ଟାଡିୟମର ଦର୍ଶକ ବସିବାର କ୍ଷମତା ରହିବ ୭୫ ହଜାର। ଷ୍ଟାଡିୟମର ନିର୍ମାଣ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୫ ହଜାର ଦର୍ଶକ ବସିବାର ବ୍ୟବସ୍ଥା ହେଉଥିବା ବେଳେ  ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୩୦ ହଜାର ଦର୍ଶକ କ୍ଷମତା ବଢାଯିବ।

ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୩୫୦ ରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଷ୍ଟାଡିୟମରେ ବହୁମୁଖୀ ପ୍ରଶିକ୍ଷଣ ଏକାଡେମୀ ମଧ୍ୟ ରହିବ। ଅତ୍ୟାଧୁନିକ କ୍ଲବ କାଉସ୍ ନିର୍ମାଣ କରାଯିବ। ଦୁଇଟି ବଡ ପବ୍ଲିକ ପ୍ଲାଜା, ଦୁଇଟି ଅତିରିକ୍ତ ଅଭ୍ୟାସ୍ ଗ୍ରାଉଣ୍ଡ ଏବଂ ତିନୋଟି ପ୍ରାକ୍ଟିସ୍ ଟେନ୍ସର ସୁବିଧା ରହିବ। ଏହା ବ୍ୟତୀତ ୨୫୦ ସିଟର ପ୍ରେସ କନଫରେନ୍ସ ହଲ୍ ତିଆରି ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.