Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୧୧୭ ବର୍ଷରେ ଜନ୍ମଦିନ ଉତ୍ସବ : ବିଶ୍ବର ସବୁଠୁ ବୟସ୍କା ମହିଳା ନର୍ସିଂହୋମ୍‌ରେ କାଟିଲେ କେକ୍, ଦେଖନ୍ତୁ କାନେ ତାନକାଙ୍କ ଜନ୍ମଦିନ ଉତ୍ସବର ପୂରା ଭିଡିଓ…

6/01/2020 at 7:10 PM

ନୂଆଦିଲ୍ଲୀ ୬/୧– ବିଶ୍ବର ସବୁଠୁ ବୟସ୍କା ମହିଳା କାନେ ତାନକା ପାଳିଛନ୍ତି ୧୧୭ ତମ ଜନ୍ମଦିନ । ସେ ମଧ୍ୟ ବିଶ୍ବର ସବୁଠୁ ବୟସ୍କ ଜୀବିତ ବ୍ୟକ୍ତି । ତେବେ ଜାପାନର ଏହି ବୟୋଜ୍ୟେଷ୍ଠା ମହିଳା ସଂପୂର୍ଣ୍ଣ ସୁସ୍ଥ ନାହାନ୍ତି । ସେ ଫୁକୁଓକାର ଏକ ନର୍ସିଂ ହୋମ୍‌ରେ ପାଳନ କରିଛନ୍ତି ତାଙ୍କ ଜନ୍ମଦିନ । ନିଜର କିଛି ବନ୍ଧୁ ଏବଂ ନର୍ସିଂ ହୋମ କର୍ମଚାରୀଙ୍କ ଗହଣରେ ସେ ତାଙ୍କ ଜନ୍ମଦିନ ପାଳନ କରିଥିବା ବେଳେ ଜନ୍ମଦିନ କେକ୍ ବି କଟାଯାଇଛି । 

ଜାନୁଆରୀ ଦୁଇ ତାରିଖରେ କାନେ ତାନକା ତାଙ୍କ ଜନ୍ମଦିନଟି ପାଳିଛନ୍ତି । ଏକ ସ୍ଥାନୀୟ ଟେଲିଭିଜନରେ ପ୍ରସାରିତ ଏକ ଖବରରେ ଆସିଛି ଏହି ସୂଚନା । ୧୧୭ ବର୍ଷ, ବୟସ୍କା କାନେ ତାନକାଙ୍କ ଜନ୍ମଦିନ ଉତ୍ସବରେ ସେହି ଟେଲିଭିଜନ ଚ୍ୟାନେଲର କିଛି କର୍ମଚାରୀ ବି ସାମିଲ ଥିଲେ ।

 ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ୍‌ସ ଅନୁଯାୟୀ ଗତ ବର୍ଷ ୧୧୬ ବର୍ଷରେ କାନେ ତାନକା ବିଶ୍ବର ସବୁଠୁ ବୟସ୍କ ଭାବେ ଅବିହିତ ହୋଇଥିଲେ । ତଥ୍ୟ  ଅନୁଯାୟୀ ୧୯୦୩ ରେ ଜନ୍ମଗ୍ରହଣ କରିଥିବା କାନେ ତାନକା ୧୯୨୨ରେ ହିଡିଓ ତାନକାଙ୍କୁ ବିବାହ କରିଥିଲେ । ନ୍ୟୁଜ୍ ଏଜେନ୍ସି ରଏଟର କାନେ ତାନକାଙ୍କ ଉପଲବ୍ଧିକୁ କ୍ଷିପ୍ର ବେଗରେ ବୟସ୍କ ହୋଇଯାଉଥିବା ଜାପାନୀୟ ଲୋକଙ୍କ ଲାଗି ଏକ ପ୍ରତୀକ ବୋଲି ଦର୍ଶାଇଥିଲେ । କାରଣ ଜାପାନରେ ଜନ୍ମହାର ହ୍ରାସ ଚିନ୍ତା ଜନକ । ଗତବର୍ଷ ଜାପାନରେ ଶିଶୁ ଜନ୍ମହାର ୫.୯ ପ୍ରତିଶତକୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜନ୍ମ ସମୟରେ  ପ୍ରିମାଚ୍ୟୁ୍ର ବେବି ହୋଇ ମଧ୍ୟ ଦୀର୍ଘ ଜୀବନ ଜିଇଁଥିବା କାନେ ତାନକା ନିଶ୍ଚିତ ଭାବେ  ଏକ ଉଦାହରଣ। 

   Related Posts