Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିଶ୍ବର ଆଉ ଏକ ବିସ୍ମୟ : ଯେଉଁଠି ତିଷ୍ଠି ପାରୁନାହାନ୍ତି ମଣିଷ କିନ୍ତୁ ପ୍ରକୃତି କୋଳରେ ବେଶ ଆନନ୍ଦରେ ରହୁଛନ୍ତି ଜୀବଜନ୍ତୁ

10/05/2021 at 4:52 PM

ନୂଆଦିଲ୍ଲୀ ୧୦/୦୫ : ପ୍ରକୃତିର ସୃଷ୍ଟି ଅନନ୍ୟ । ବିଶାଳ ଏହି ପୃଥିବୀରେ ମନୁଷ୍ୟ ହେଉଛି ଶ୍ରେଷ୍ଠ ଜୀବ । କିନ୍ତୁ ମଣିଷକୁ ଛାଡି ଅନ୍ୟ ଜୀବଜନ୍ତୁମାନଙ୍କର ମଧ୍ୟ ଏଠି ବସବାସ କରିବାର ସମାନ ଅଧିକାର ରହିଛି । ସେମାନଙ୍କ ରହିବା ପାଇଁ ସେଭଳି କୌଣସି ସ୍ବତନ୍ତ୍ର ନୀତିନିୟମ ନଥାଏ ଯେତିକି ମଣିଷ ପାଇଁ ଆବଶ୍ୟକ । କିନ୍ତୁ ପଶୁପକ୍ଷୀମାନେ ବିଶେଷତଃ ମନୁଷ୍ୟଙ୍କ ଗହଣରେ ରହିବାକୁ ପସନ୍ଦ କରନ୍ତି । ଆମ ଚର୍ତୁଃପାଶ୍ବରେ ନିତିଦିନ ପଶୁପକ୍ଷୀମାନଙ୍କ ସଂସ୍ପର୍ଶରେ ଆସିଥାନ୍ତି । କିନ୍ତୁ ଦୁନିଆରେ ଏଭଳି କିଛି ସ୍ଥାନ ଅଛି ଯେଉଁଠାରେ ପଶୁପକ୍ଷୀମାନେ ମନୁଷ୍ୟଙ୍କ ବିନା ବେଶ ଭଲରେ ରହୁଛନ୍ତି ଏବଂ ପ୍ରକୃତିକୁ ଉପଭୋଗ କରୁଛନ୍ତି । ସେହିଭଳି ଏକ ସ୍ଥାନ ହେଉଛି ୟୁକ୍ରେନ୍‌ର ଚେର୍ନୋବିଲ୍ ।

ୟୁକ୍ରେନର ଚେର୍ନୋବିଲ୍‌ ସଂରକ୍ଷିତ ଜଙ୍ଗଲର ସର୍ବଦା ପଶୁପକ୍ଷୀମା​‌ନଙ୍କ କୋଳାହଳରେ କମ୍ପି ଉଠିଥାଏ । ଖାସକଥା ହେଉଛି ଏହାର ଆଖପାଖ ପ୍ରାୟ ବହୁଦୂର ଯାଏ କୌଣସି ଜନବସତି ନାହିଁ । ​ ୩୫ ବର୍ଷ ପୂର୍ବେ ଭୟଙ୍କର ଆଣବିକ ବିପର୍ଯ୍ୟୟ ପରେ ସମୁଦାୟ ୩ ଲକ୍ଷ ୫୦ହଜାର ଲୋକଙ୍କୁ ଏହି ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା । ବିଶେଷଜ୍ଞଙ୍କ କହିକା କଥା ସେଠାରେ ମଣିଷ ସମାଜ ତିଷ୍ଟିବା ପ୍ରାୟତଃ ଅସମ୍ଭବ ।

ୟୁକ୍ରେନ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି କ୍ଷେତ୍ର ଆଗାମୀ ୨୪ ହଜାର ବର୍ଷ ଯାଏଁ ମଣିଷ ପାଇଁ ଫିଟ୍ ହୋଇନପାରେ । ଆଜି କିନ୍ତୁ ଏହା ଏକ ପ୍ରକୃତି ସଂରକ୍ଷଣ ସ୍ଥାନ ଭାବରେ ଉଭା ହୋଇଛି । ଚେର୍ନୋବିଲ୍‌ ଜୋନ୍ ମଧ୍ୟରେ ବିପଦଜ୍ଜନକ ପ୍ରାଣୀ, ବିଲୁପ୍ତ ପ୍ରାୟ ପ୍ରଜୱାଲସ୍କି ଘୋଡାଙ୍କ ସମେତ ବହୁ ଜୀବଜନ୍ତୁ ବାସ କରନ୍ତି ।

୧୯୭୦ ମସିହାରେ ଏକ ସର୍ଭେ ବେଳେ ପ୍ରଜୱାଲସ୍କି ଘୋଡାଙ୍କ ବିଲୁପ୍ତ ପ୍ରାୟ ହୋଇଯାଇଥିଲେ । ଖୁବ କମ ସଂଖ୍ୟକ ଘୋଡାଙ୍କୁ ନେଇ ସ୍ବତନ୍ତ୍ର ଏକ ପ୍ରଜନନ ପ୍ରୋଗ୍ରାମ କରାଯାଇଥିଲା । ଏବେ ସେହି ଜୀବମାନେ ବଂଶବିସ୍ତାର କରିବା ସହିତ ବିଲୁପ୍ତ ହେବାରୁ ରକ୍ଷା ପାଇଯାଇଛନ୍ତି ।

   Related Posts