Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାରତରୁ ସୁଟକେସ୍‌ ଯୋଗେ ବ୍ରିଟେନ ପହଞ୍ଚିଲା ବିଶ୍ବର ସବୁଠୁ ଘାତକ ସାପ, ୪୫୦୦ ମାଇଲ୍‌ ଯାତ୍ରା ପରେ ବି ଦଂଶନ ପାଇଁ ଗୋଡ଼ାଇଲା

20/10/2021 at 7:25 PM

ଲଣ୍ଡନ ୨୦/୧୦: ଭାରତରୁ ବ୍ରିଟେନ ପହଞ୍ଚିଲା ବିଶ୍ବର ସବୁଠୁ ଘାତକ ସାପ। ୪୫୦୦ ମାଇଲ୍‌ ଯାତ୍ରା କରିବା ପରେ ସାପଟି ବ୍ରିଟେନରେ ପହଞ୍ଚିଛି। ଏମିତି ଏକ ବିରଳ ଏବଂ ଘାତକ ସାପ ଦେଖିବା ପରେ ବ୍ରିଟେନରେ ଚର୍ଚ୍ଚା ଜୋର ଧରିଛି। ଭାରତରୁ ପଥର ନେଇ ଯାଇଥିବା ଏକ ବିଶାଳ ଜାହାଜରେ ଥିବା ଏକ ସୁଟକେସ୍‌ରେ ସାପଟି ବ୍ରିଟେନରେ ପହଞ୍ଚିଛି। ସେଠାରେ ପଥର ଉପରେ ସାପଟି ଖେଳୁଥିବା ବେଳେ  ଜଣେ ପଥର କାରିଗର ଦେଖିବାକୁ ପାଇଥିଲେ।  ସାପଟି ଏତେ ଭୟଙ୍କର ବୋଲି ସେ ଜାଣିନଥିବା ବେଳେ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାଖରେ ଥିବା ଲୋକେ ଏହା ଭୟଙ୍କର ସାପ ଗୋଟିଏ ଚୋଟରେ ଜୀବନ ପଳାଇବ ବୋଲି କହିବା ପ​‌ରେ ପଥର କାରିଗର ଜଣଙ୍କ ସାପଟିକୁ ଏକ ବାକ୍ସରେ ଭର୍ତ୍ତି କରିଦେଇଥିଲେ।

ଏହା ପରେ ଏସେକ୍ସ ବନ୍ୟଜନ୍ତୁ ହସ୍ପିଟାଲକୁ ଖବର ଦିଆଯାଇଥିଲା। ସେଠାରୁ ଡାକ୍ତର ଏବଂ ବିଶେଷଜ୍ଞ ଟିମ୍‌ ପହଞ୍ଚି ସାପଟିକୁ ଉଦ୍ଧାର କରି ହସ୍ପିଟାଲ ନେଇଯାଇଥିଲେ। ବିଶ୍ବର ସବୁଠୁ ଘାତକ ସାପ ବୋଲି କୁହାଯାଉଥିବା ‘ସ-ସ୍କେଲଡ୍‌ ଭାଇପର’ (ବୋଡା ସାପ) ଏବେ ବ୍ରିଟେନରେ ପହଞ୍ଚିଛି । ଏହି ସାପ ବିଶେଷ କରି ଭାରତ, ଆଫ୍ରିକା ଏବଂ ଶ୍ରଲଙ୍କାରେ ଦେଖାଯାଏ। ଏବେ ୧୨ ପ୍ରକାର ପ୍ରଜାତିର ସ ସ୍କେଲଡ୍‌ ଭାଇପର ଅଛନ୍ତି। ବନ୍ୟଜନ୍ତୁ ହସ୍ପିଟାଲର ମ୍ୟାନେଜର ସୁ ସ୍କ୍ବାର କହିଛନ୍ତି, ଯଦି ଆମେ ସାପଟିକୁ ଆଣିନଥାନ୍ତୁ ତେବେ କେହି ଜଣେ ପ୍ରାଣ ହରାଇଥାନ୍ତେ ନିଶ୍ଚୟ। ଏପରିକି ସାମାନ୍ୟ ଗଡ଼ବଡ଼ ହୋଇଥିଲେ ପଥର କାରିଗରଙ୍କ ଜୀବନ ଯାଇଥାନ୍ତା  । 

ତାଙ୍କର ସୌଭାଗ୍ୟ ଯେ ସେ ବଞ୍ଚିଗଲେ ବୋଲି ସୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସ-ସ୍କେଲଡ୍‌ ଭାଇପର ଦଂଶନ କଲେ ଆଣ୍ଟିଭେନମ ମିଳିବା କଷ୍ଟ। ମଣିଷକୁ ତୁରନ୍ତ ଚିକିତ୍ସ ନମିଳିଲେ ମୃତ୍ୟୁ ସୁନିଶ୍ଚିତ। ଏହି ସାପ କାମୁଡ଼ିଲେ ଶରୀରର ଅଙ୍ଗ ପଚିବାକୁ ଆରମ୍ଭ କରେ। ଏଗୁଡ଼ିକ ଅତ୍ୟନ୍ତ ଆକ୍ରମଣାତ୍ମ ଏବଂ ଏହା କାମୁଡ଼ିବା ପରେ କିଛି ବାଟ ଚାଲି ଯିବା ବି ମୁସ୍କିଲ ବୋଲି ସେ କହିଛନ୍ତି।

ତେଣୁ ଏବେ ଏହି ସାପଟି ହସ୍ପିଟାଲରେ ଏକ ବାକ୍ସରେ ବନ୍ଦ ହୋଇ ରହିଛି।   ତଥାପି ଏହା ଜୋରରେ ଶବ୍ଦ କରୁଛି।  ଅଧିକାଂଶ ସାପ କାମୁଡ଼ା ମୃତ୍ୟୁ ପାଇଁ ଏହି  ସ-ସ୍କେଲଡ୍‌ ଭାଇପର ହିଁ ଦାୟୀ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

   Related Posts