ଜଙ୍ଗଲରୁ ମିଳିଲା ଡାଇନୋସରଠୁ ବଡ଼ ସାପ ! ଏତେ ଭାରୀ ଯେ ଉଠାଇବା ପାଇଁ ଦରକାର ପଡ଼ିଲା କ୍ରେନ୍‌

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨/୧୦: ବିଶ୍ବର ସବୁଠୁ ବଡ଼ ସାପ ଦେଖିବାକୁ ମିଳିଛି । ଯାହାକୁ ଉଠାଇବା ପାଇଁ ଏକ ବିଶାଳ କ୍ରେନ୍‌ର ଆବଶ୍ୟକତା ପଡ଼ିଛି । କେବଳ ସେତିକି ନୁହେଁ ପୃଥିବୀରୁ ବିଲୁପ୍ତ ହୋଇଯାଇଥିବା ଡାଇନୋସର ସହ ଏହି ସାପର ତୁଳନା କରାଯାଉଛି। ଏମିତି ଏକ ବିଶାଳକାୟ ସାପର ଭିଡିଓ ଏବଂ ଫଟୋ ଡୋମିନିକାର ଚିରହରିତ୍‌ ଜଙ୍ଗଲରୁ ସାମ୍ନାକୁ ଆସିଛି ।

{"id":531574,"width":691,"height":388,"sizeSlug":"full","linkDestination":"none"}

ସାପଟି ଏତେ ବଡ଼ ଯେ, ଏହାକୁ ଉଠାଇବା ପାଇଁ କ୍ରେନ୍‌ର ଆବଶ୍ୟକତା ପଡ଼ିଛି । ଏହାକୁ ଏବେ ବିଶ୍ବର ‘ସବୁଠୁ ବଡ଼ ସାପ’ ବୋଲି କୁହାଯାଉଛି। ‘ଦ ସନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏମିତି ଏକ ସାପ ଯାହାକୁ କ୍ରେନ୍‌ ସାହାଯ୍ୟରେ ଉଠାଇବାକୁ ପଡ଼ିଛି । ​‌କ୍ରେନ୍‌ରେ ଝୁଲିବା ପ​‌ରେ ସାପଟି ଦୋହଲିବାକୁ ଲାଗିଥିଲା। ଏହାକୁ ଦେଖି ପାଖରେ ଛିଡ଼ା ହୋଇଥିବା ଲୋକେ ଭୟଭୀତ ହୋଇଯାଇଥିଲେ।

ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ମତରେ, ଏମିତି ସାପର ଏକ ପ୍ରଜାତି ବୋଆ କନଷ୍ଟ୍ରିକ୍ଟର ଦେଖିବାକୁ ମିଳେ ଯାହାକି ୧୩ ଫୁଟ୍‌ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ନ୍ୟାଚୁରାଲ୍‌ ହିଷ୍ଟ୍ରି ରିପୋର୍ଟ ଅନୁସାରେ, ୧୯୧୨ରେ ସବୁଠୁ ଦୀର୍ଘ ଅଜଗର ଚିହ୍ନଟ ହୋଇଥିଲା। ଯାହାର ଲମ୍ବ ୧୦ ମିଟର (୩୨ ଫୁଟ୍‌) ଥିଲା ବୋଲି କୁହାଯାଉଛି।

{"id":531575,"width":700,"height":477,"sizeSlug":"full","linkDestination":"none"}

ଚିରହରିତ୍‌ ଅଣଣ୍ୟରେ ଏଭଳି ବିରଳ ଅଜଗର ଦେଖିବାକୁ ମିଳେ । ସେହିଭଳି ସବୁଠୁ ଓଜନିଆ ୨୨୭ କେଜିର ଆନାକୋଣ୍ଡା ଚିହ୍ନଟ ହୋଇଥିଲା । ଏହାର ଲମ୍ବ ୮.୪୩ ମିଟର ଏବଂ ଓସାର ୧.୧୧ ମିଟର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.