ଫୋର୍ବ୍ସ ମାନ୍ୟତାରେ ୨୦୨୦ର ଶ୍ରେଷ୍ଠ ହ୍ଵିସ୍କି ଦେଓ୍ଵାର୍ସ, ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଲା ପୁରସ୍କାର

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧।୦୭: ଅନ୍ତରାଷ୍ଟ୍ରୀୟ ହ୍ଵିସ୍କି ପ୍ରତିଯୋଗିତା ୨୦୧୦ରୁ ଆରମ୍ଭ ହୋଇ ଆସିଛି। ଏହି ପ୍ରତିଯୋଗିତାରେ ଅନେକ ପ୍ରକାରର ଦାମୀ ଏବଂ ଭିନ୍ନ ଭିନ୍ନ କିସମର ମଦକୁ ନେଇ ପ୍ରତିଯୋଗିତା କରାଯାଏ। ଏଥିରେ ଜାପାନିଜ ହ୍ଵିସ୍କି, ସ୍କଚ୍ ଏବଂ ଅନେକ କିଛି ସାମିଲ ଥାଏ। ଅଲିମ୍ପିକ କ୍ରୀଡା ପରି ଏହି ହ୍ଵିସ୍କି ପ୍ରତିଯୋଗିତାରେ ବିଜେତାଙ୍କୁ କାଂସ୍ୟ, ରୌପ୍ୟ ଓ ସ୍ଵର୍ଣ୍ଣ ପଦକ ଦେଇ ପୁରସ୍କୃତ କରାଯାଏ।

୨୦୧୫ରୁ ମଦର ଟେଷ୍ଟ ଏବଂ ଲୋକଙ୍କ ଉପରେ ଏହାର ପ୍ରଭାବ କେମିତି ରହିଛି ତାକୁ ନେଇ ନୂତନ ଅନ୍ତରାଷ୍ଟ୍ରୀୟ ହ୍ଵିସ୍କି କମ୍ପିଟିସିନ(IWC) ପ୍ରଣାଳୀ ଆପଣେଇଥିଲେ। ପ୍ରତିଯୋଗିତାରେ ଶତାଧିକ ମଦର ନମୂନା ସଂଗ୍ରହ କରାଯାଏ। ପ୍ରତିଯୋଗିତାରେ ସଦସ୍ୟମାନେ କେବଳ ଥରୁଟିଏ ହ୍ଵିସ୍କି ଟେଷ୍ଟ କରିବେ।

ଶେଷରେ ସ୍ଵାଦ ଚାଖିଥିବା କମିଟି ନମ୍ଵର ଦେଇଥାନ୍ତି। ଅଧିକ ନମ୍ବର ପାଇଥିବା ହ୍ଵିସ୍କିକୁ ବିଜେତା ଘୋଷଣା କରାଯାଏ। ଚଳିତ ବର୍ଷ ୩୨ ବର୍ଷର ପୁରୁଣା ହ୍ଵିସ୍କି ଦେଓ୍ଵାର୍ସ ହ୍ଵିସ୍କି ପ୍ରତିଯୋଗିତାରେ  ବିଜୟୀ ହୋଇଛି। ପ୍ୟାନେଲରେ ହ୍ଵିସ୍କିର ଲେଖକ ସେବାସଷ୍ଟିନ ଗାଭିଲେଟ୍ ଓ ବିଶ୍ଵ ପ୍ରସିଦ୍ଧ ମେକ୍ସୋଲୋଜିଷ୍ଟ ଫ୍ରାନ୍ସେସ୍କୋ ଲାମ୍ଫ୍ରେକୋନି ସାମିଲ ଥିଲେ। ଏହି କମିଟି ଦେଓ୍ଵାର୍ସ ହ୍ଵିସ୍କିକୁ ୧୦୦ ରୁ ୯୬.୪ ନମ୍ବର ଦେଇଥିଲେ।

ଦେଓ୍ଵାର୍ସ ଡବଲ ଡବଲ ସିରିଜର ଚଳିତ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ମୂଳତଃ ୨୦ ଶତାବ୍ଦୀରେ ମହାନ ବ୍ଲେଣ୍ଡର ଏଜେ କାମେରୁନ ଦ୍ଵାରା ଏହା ବିକଶିତ ହୋଇଛି।। ପିଇବା  ବେଳେ ଏହା ବହୁତ ସ୍ମୁଥ୍ ଲାଗିଥାଏ। ଏହାର ଅନେକ ପ୍ରକାରର ବ୍ରାଣ୍ଡ ରହିଛି। ସବୁ ବ୍ରାଣ୍ଡର ଦର ଭିନ୍ନ ଭିନ୍ନ ରହିଛି। ଦେଓ୍ଵର ଡବଲ ଡବଲର ବ୍ଲେଣ୍ଡେଡ ସ୍କୋଚ୍‌ର ୩୭୫ ଏମଏଲର ମୂଲ୍ୟ ୧୧,୨୩୫ ଟଙ୍କା ରହିଛି। ସେହି ପରି ୩୭୫ ଏମଏଲ ସ୍କୋଚ୍ ହ୍ଵିସ୍କିର ମୂଲ୍ୟ ୧୧,୩୮୫ ଟଙ୍କା ରହିଛି। ଏହା ବାଦ୍ ଦେଓ୍ଵର ଓଲ୍ଡ ଡବଲ ଡବଲ ଏଜ୍ ସ୍ମଲ ବ୍ୟାଚ୍ ସେରିର ୩୭୫ ଏମଏଲର ମୂଲ୍ୟ ୧୧,୬୦୯ ଟଙ୍କା, ଦେଓ୍ଵର ସ୍କୋର ମୂଲ୍ୟ ୧୧,୯୮୪ ଟଙ୍କା, ବ୍ଲେଣ୍ଡେଡ ସ୍କୋଚର ମୂଲ୍ୟ ୧୧,୭୩୩ ଟଙ୍କା, ଏଜ୍ ସ୍କୋଚ୍ ହ୍ଵିସ୍କିର ୩୭୫ ଏମଏଲର ମୂଲ୍ୟ ୧୩,୦୩୩ ଟଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.