କୋଭିଡ୍ ୧୯ ପାଇଁ ପ୍ରସ୍ତୁତ ନଥିଲା ଦୁନିଆ, ଭବିଷ୍ୟତରେ ଅନ୍ୟ ମହାମାରୀ ଉପରେ ଅଙ୍କୁଶ ଲଗାଇବାକୁ ଅଛି ଏକ ବଡ ଅସ୍ତ୍ର...

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: ସଂପ୍ରତି ସମଗ୍ର ଦୁନିଆରେ କରୋନା ଆତଙ୍କ ଖେଳାଇ ରଖିଛି। ଯେବେ ସଂକ୍ରମଣର କଥା ଆସେ ତେବେ ଏହାର ପ୍ରତିରୋଧ ଲାଗି ଅନେକ ପ୍ରକାରର ପଦକ୍ଷେପ ନିଆଯାଇଥାଏ। ସଂକ୍ରାମଣକୁ ବ୍ୟାପିବାରୁ ରୋକିବା ପାଇଁ ସଙ୍ଗରୋଧ ସହିତ ଲକ୍‌ଡାଉନ୍‌ ପ୍ରକ୍ରିୟା ମଧ୍ୟ ଆପଣାଯାଏ। ମାତ୍ର ଏବେ କରୋନା ଯେଉଁଭଳି ଭାବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି  ଏହା ସରକାର ଓ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପାଇଁ ଶୀଘ୍ର ସୂଚନା ଏକତ୍ର କରିବା ଏବଂ ସଂକ୍ରମିତଙ୍କୁ ଚିହ୍ନଟ କରିବା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି।

ଏହି ପରି ପରିସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ(AI) ବା କୃତ୍ରିମ ବୁଦ୍ଧିମତା କରୋନା ପ୍ରକୋପର ଭବିଷ୍ୟବାଣୀ ଏବଂ ଏହାର ପ୍ରତିରୋଧ ପାଇଁ ବହୁତ ବଡ ଭୂମିକା ନିର୍ବାହ କରି ପାରେ।

{"id":245260,"sizeSlug":"large"}

ଏଆଇ ଏଲଗୋରିଦମ ସମଗ୍ର ଦୁନିଆର ସମାଚାର ରିପୋର୍ଟ ଓ ଅନଲାଇନ ସାମଗ୍ରୀ ମାଧ୍ୟମରେ ଆମକୁ ସାହାଯ୍ୟ କରି ପାରିବ। ଖାସ୍‌ କରି  ବିଶେଷଜ୍ଞଙ୍କୁ ମହାମାରୀର ଅନୁପାତ ଜାଣିବା, ସଂକ୍ରମିତଙ୍କ ଚିହ୍ନଟ କରିବାରେ ସହାୟକ ହୋଇପାରେ। କରୋନା ପ୍ରକୋପ ଏମିତି ଏକ ଉଦାହରଣ ସୃଷ୍ଟି କରିଛି ଯେଉଁଠି ଗବେଷକ ବିମାନ ଯାତ୍ରା କରିଥିବା ଯାତ୍ରୀଙ୍କ ତଥ୍ୟ  ଏକତ୍ର କରିବା ପାଇଁ artificial intelligence ଲାଗୁ କରିଥିଲେ ଯଦ୍ଵାରା ନୋଭେଲ୍ କରୋନା ଭୂତାଣୁର ବାସ୍ତବ ଚିତ୍ର ସାମ୍ନାକୁ ଆସି ପାରିବ।

ସବୁଠୁ ବଡ କଥା ସଠିକ୍ ତଥ୍ୟ ଏବଂ ସଠିକ୍ ସମୟ ପୂର୍ବରୁ ଭବିଷ୍ୟତବାଣୀ ହିଁ କରୋନା ପରି ସଂକ୍ରାମକ ରୋଗକୁ ପ୍ରତିରୋଧ କରିବାରେ ସଫଳତା ହାସଲ କରାଯାଇ ପାରିବ। ବଡ ଡାଟା ଆନାଲିଟିକ୍ସ ପ୍ରକ୍ରିୟାକୁ ଲାଗୁ କରି ମୋବାଇଲ ଉପକରଣ ମାଧ୍ୟମରେ ଲୋକଙ୍କ ପାଖରୁ ତଥ୍ୟ ସଂଗ୍ରହ କରି ଏହାର ବିଶ୍ଳେଷଣ ମାଧ୍ୟମରେ କରୋନାର ପ୍ରତିହତ କରିବାରେ ସହାୟକ ହୋଇପାରେ।

{"id":245262,"sizeSlug":"large"}

ନିକଟରେ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସାରେ ସମଗ୍ର ଦୁନିଆର ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀ ନିଜର ଜୀବନକୁ କେମିତି କାର୍ଯ୍ୟ  କରୁଛନ୍ତି ଆପଣମାନେ ସମସ୍ତେ ଦେଖିଥିବେ। କିନ୍ତୁ ଏଆଇ ଏହି କ୍ଷେତ୍ରରେ ପ୍ରକୃତ ରୋଗୀ ନିରୂପଣ କରି ଡାକ୍ତରଙ୍କ ବୋଝଭାର ହ୍ରାସ କରିପାରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇ ପାରିବ। ଉଦାହରଣସ୍ଵରୂପ ଫ୍ଲୋରିଡାର ଟେମ୍ପା ଜେନେରାଲ ହସ୍ପିଟାଲରେ ଏକ ଚେହେରାର ସ୍କାନ ସହିତ ରୋଗୀ ଅସୁସ୍ଥ ଅଛନ୍ତି ନା ନାହିଁ ଏହା ଜାଣିବା ପାଇଁ artificial intelligence ଉପଯୋଗ କରାଯାଇଥିଲା। ଶିବା ମେଡିକାଲ ସେଣ୍ଟରର ଡାକ୍ତର ମଧ୍ୟ ଏଆଇର ସାହାଯ୍ୟ ନେଇଥିଲେ।

ବୈଶିକ ମହାମାରୀ ଓ ଅନ୍ୟ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଚ୍ୟାଲେଞ୍ଜ ସମୟରେ ରୋଗୀଙ୍କ ଚିକିତ୍ସାରେ ଏଆଇର ତଥ୍ୟ ବହୁତ ବଡ ଭୂମିକା ନିର୍ବାହ କରି ପାରିବ। ଏହାକୁ ଦୃଷ୍ଟିରେ ରଖି ଗତ ତିନି ବର୍ଷରେ ଏଆଇ ଅଭିଜ୍ଞ ସଂପନ୍ନ ତଥା ପେଶାଦାର କର୍ମଚାରୀଙ୍କ ସଂଖ୍ୟା ଦୁଇ ଗୁଣ ବଢିଛି। ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଡାକ୍ତର, କର୍ମଚାରୀ ଏଆଇ ଦ୍ଵାରା ପ୍ରଶିକ୍ଷିତ ହେଉଛନ୍ତି  ଏବଂ ସଠିକ୍ କୌଶଳ ଜରିଆରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.