Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ସଙ୍କଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘WHO’: ଆଉ ବାର୍ଷିକ ଆର୍ଥିକ ଅନୁଦାନ ଦେବ ନାହିଁ ବୋଲି ଧମକ ଦେଲା ଆମେରିକା, ସମାନ ଅଭିଯୋଗ ଆଣିଲା ଜାପାନ

13/04/2020 at 5:46 PM

ନୂଆଦିଲ୍ଲୀ୧୩/୪: କରୋନା ମହାମାରୀ ନିୟନ୍ତ୍ରଣ ନେଇ ଏବେ ବିବାଦରେ ଘେରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। କରୋନା ନେଇ ବିଶ୍ବସ୍ବାସ୍ଥ୍ୟ ସଂଗଠନ  ଚୀନ କୈନ୍ଦ୍ରିକ ବୋଲି  ସଙ୍ଗୀନ ଅଭିଯୋଗ  ଆଣିଛନ୍ତି ଆମେିରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। WHO କୁ  ବାର୍ଷିକ ୫୦୦ ମିଲିୟନ ଆମେରିକୀୟ  ଡଲାର ଅନୁଦାନ ଦେବା ବନ୍ଦ କରିବ ବୋଲି ଦେଇଛି ଆମେରିକା  ଦେଇଛି ଧମକ୍। ଏପଟେ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି ଚୀନ ଓ  WHO ମୁଖ୍ୟ ।

ସଙ୍କଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO । କରୋନା ମହାମାରୀ  ନିୟନ୍ତ୍ରଣକୁ ନେଇ WHO ପାରିବାରପଣିଆକୁ ନେଇ ଛିଡା ହୋଇଛି ବିବାଦ।ଏ ବିବାଦ ଏବେ ଏତେ ଆଗକୁ ବଢିଯାଇଛି ଯେ  ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅସ୍ତିତ୍ବକୁ ନେଇ ଉଠିଲାଣି ପ୍ରଶ୍ନ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବାଧୀନତା ନେଇ ଆମେରିକା ଉଠାଇଛି ପ୍ରଶ୍ନ। WHO ଚୀନ ପ୍ରତି  ପକ୍ଷପାତ କରୁଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।କରୋନା ସଂକ୍ରମଣ ବ୍ୟାପିବା ନେଇ ଚୀନର  ମନଗଢା ଦଲିଲକୁ  ବିଶ୍ବସ୍ବାସ୍ଥ୍ୟ ସଂଗଠନ ସମର୍ଥନ କରୁଛି ଆରୋପ କରିଛି ଟ୍ରମ୍ପ ପ୍ରଶାସନ।  ଟ୍ରମ୍ପ ପ୍ରଶାସନ କେବଳ ଅଭିଯୋଗ ଆଣିନି, WHO କୁ  ଆମେରିକା ଦେଉଥିବା ବାର୍ଷିକ ୫୦୦ ମିଲିୟନ ଆମେରିକୀୟ ଡଲାର ଅନୁଦାନ ବନ୍ଦ କରିବ ବୋଲି ଦେଇଛି ଧମକ୍ ।

କରୋନା ମହାମାରୀ ନେଇ WHOର ପ୍ରାରମ୍ଭିକ ପ୍ରତିକ୍ରିୟା ଏବଂ ଚୀନର ମନଗଢା ତଥ୍ୟକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ  ବିଶ୍ବାସ କରିବା  ନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକା ସିନେଟ ଫାଇନାନ୍ସ କମିଟି ଅଧ୍ୟକ୍ଷ ଚକ୍ ଗ୍ରାସଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରାରମ୍ଭିକ ଶିଥିଳତା ଯୋଗୁ  ବିଶ୍ବବ୍ୟାପୀ ଏହି ମହାମାରୀକୁ ଉଚିତ ମୁକାବିଲା କରିବା ପାଇଁ ଆବଶ୍ୟକ ପ୍ରସ୍ତୁତିରେ ବିଳମ୍ବ ହୋଇଥିଲା। ଏଥିପାଇଁ  ଅନେକ ଲୋକଙ୍କ ମୃତ୍ୟୁ ହେଲା।ଯଦି WHO  କୋରନା ସଂକ୍ରମଣ ନେଇ ଦେଇଥିବା ତଥ୍ୟକୁ ଉପଯୁକ୍ତଭାବେ ତର୍ଜମା  କରିଥାନ୍ତା  ଏବଂ ଠିକଣା ସମୟରେ କୋରନା ମହାମାରୀ ନେଇ  ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରକୁ ଅବଗତ କରାଇଥାନ୍ତା ତେବେ ଆଜି ଏହାର ପରିଣାମ କିଛି ଅଲଗା ହୋଇଥାନ୍ତା ବୋଲି କହିଛନ୍ତି ଗ୍ରାସଲେ। ଆମେରିକା ପରି ସମାନ ଅଭିଯୋଗ ଆଣିଛି ଜାପାନ। ଜାପାନର ଉପ ପ୍ରଧାନମନ୍ତ୍ରୀ ତଥା ଦେଶର ଅର୍ଥମନ୍ତ୍ରୀ ତାରୋ ଆସୋ WHO କୁ ଚାଇନିଜ ହେଲଥ ଅର୍ଗାନାଇଜେସନ ବୋଲି କହିଛନ୍ତି।ତାଇୱାନ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରିଚାଳନା ନେଇ ସମାଲୋଚନା କରିଛି।

ଏପଟେ ଆମେରିକାର ଅଭିଯୋଗୁ ଖଣ୍ଡନ କରିଛି ଉଭୟ ଚୀନ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନମ ଗିବ୍ରେୟସସ୍ । ବିଶ୍ବସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟୋଡ୍ରୋସ ଅଧନମ ଗିବ୍ରେୟସସଙ୍କୁ ସମର୍ଥନ କରିଛି ବେଜିଂ। କରୋନା ସଂକ୍ରମଣ ନେଇ ପ୍ରଥମେ WHO କୁ ଅବଗତ କରାଇଥିଲା ଚୀନ୍। ଏହାର ଅର୍ଥ ନୁହଁ  ଯେ ୱୁହାନ ହିଁ   କରୋନାର ହୋଇଥିଲା ଉତ୍ପତ୍ତି। ଚୀନ କୋଭିଡ-୧୯ ନେଇ କୌଣସି ତଥ୍ୟ ଲୁଚାଇନାହିଁ ବୋଲି କହିଛନ୍ତି  ଚୀନର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜାନ। କୋରୋନାର ଉତ୍ସ କେଉଁଠି ସେନେଇ ଏବେ ବି ଅନୁସନ୍ଧାନ ଜାରି ରହିଛି। ଆଗରୁ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଯଦି ଆମେରିକା ସହିତ ବାକି ସଦସ୍ୟ ରାଷ୍ଟ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଅନୁଦାନ ଦେବା ବନ୍ଦ କରନ୍ତି ତେବେ WHO କେମିତି ଚାଲିବ।ଆର୍ଥିକ ସମସ୍ୟ ଦେଇ ଗତି କରୁଥିବା WHO  ଆମେରିକାର ଧମକକୁ କେମତି ମୁକାବିଲା କରିବ ତାରି ଉପରେ ରହିବ ନଜର।

   Related Posts