Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଦିଲ୍ଲୀରେ ମୋଦୀ-ପୁଟିନ୍ ଭେଟ: ପ୍ରଧାନମନ୍ତ୍ରୀ କହିଲେ- ଦୁନିଆ ବଦଳିଛି, ହେଲେ ଆମର ବନ୍ଧୁତା ବଦଳିନି

6/12/2021 at 7:18 PM

ନୂଆଦିଲ୍ଲୀ ୦୬।୧୨: ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ସୁଦୃଢ ହୋଇଛି। କରୋନା ବିରୋଧୀ ଲଢେଇରେ ଭାରତକୁ ରୁଷର ସହଯୋଗ  ମିଳିଛି। ପ୍ରଥମରୁ ହିଁ ପ୍ରତିରକ୍ଷା ସହଯୋଗ ମିଳି ଆସିଛି ଏବଂ ରଣନୈତିକ ଭାଗିଦାରୀ ମଜବୁତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ କିଛି ଦଶନ୍ଧିରେ ଦୁନିଆରେ ଅନେକ ମୌଳିକ ପରିବର୍ତ୍ତନ ଘଟିଛି। ଅନେକ ପ୍ରକାରର ବିଷମ ଭୂ ରାଜନୈତିକ ସମୀକରଣ ଦେଖିବାକୁ ମିଳିଛି। ମାତ୍ର  ଭାରତ  ଓ ରୁଷ ମଧ୍ୟରେ ବନ୍ଧୁତା ବଳବତ୍ତର ରହିଛି। ଭାରତ ଓ ରୁଷ ମଧ୍ୟରେ ସମ୍ବନ୍ଧ ବାସ୍ତବରେ ଅନ୍ତର୍ଜାତୀୟ ମିତ୍ରତାର ଏକ ବିଶ୍ଵସନୀୟ ମୋଡେଲ୍। ଆର୍ଥିକ ମୋର୍ଚ୍ଚାରେ ଉଭୟ ଦେଶ ସଶକ୍ତ ହୋଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆମେ ଆଗେଇ ଯାଇଛୁ ବୋଲି ମୋଦୀ କହିଛନ୍ତି।

ସେ କହିଛନ୍ତି, କୋଭିଡ୍‌ରୁ ଉତ୍ପନ ଅନେକ ଆହ୍ଵାନ ସତ୍ତ୍ଵେ ଭାରତ-ରୁଷ ସମ୍ବନ୍ଧରେ ଯେଉଁ ଗତି ଆସିଛି, ସେଥିରେ କୌଣସି ପରିବର୍ତ୍ତନ ଘଟିନାହିଁ। ଆମର ସ୍ଵତନ୍ତ୍ର ରଣନୈତିକ ଭାଗିଦାରୀ କ୍ରମାଗତ ମଜବୁତ ହେବାରେ ଲାଗିଛି। ଅପରପକ୍ଷେ ପୁଟିନ୍ କହିଛନ୍ତି, ଭାରତ ଏକ ସଶକ୍ତ ଦେଶ। ଆମର ମିତ୍ର ଦେଶ ଭାବେ ବିପଦ ଆପଦରେ  ଭାରତ ରୁଷ ସହ ରହି ଆସିଛି। ଦୁଇ ଦେଶ ମଧ୍ୟରେ ସଂପର୍କ ପ୍ରଗାଢ ହେବାରେ ଲାଗିଛି। ଉଭୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢୁଛନ୍ତି।

ପୁଟିନ୍ କହିଛନ୍ତି, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପ୍ରାୟ ୩୮ ଅରବ ଡଲାରର ବ୍ୟବସାୟ ରହିଛି। ଏହା ବ୍ୟତୀତ ଆମେ ସୈନ୍ୟ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ପରସ୍ପର ସହ ରହିଛୁ। ଆତଙ୍କବାଦ ଲଢେଇରେ ଆମେ  ଭାରତ ସହିତ ରହିଛୁ। ଆଫଗାନିସ୍ତାନରେ ସାଂପ୍ରତିକ ଘଟଣାକ୍ରମକୁ ନେଇ ଆମେ ଚିନ୍ତିତ ବୋଲି ପୁଟିନ୍ କହିଛନ୍ତି।

   Related Posts