କେଉଁ କାମରେ ଲାଗିବ ପୁରୁଣା ସଂସଦ ଭବନ ? ଏମିତି କିଛି ରହିଛି ସରକାରଙ୍କ ଯୋଜନା

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ,୧୦/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି । ୨୦୨୨ସୁଦ୍ଧା ନୂଆ ସଂସଦ ଭବନ ତିଆରି ହେବ । ଏଥିରେ ଅତ୍ୟାଧୂନିକ ସୁବିଧା ସୁଯୋଗ ରହିବ । ଅଧିକ ସାଂସଦଙ୍କୁ ନଜରରେ ରଖି ଭବିଷ୍ୟତ ପାଇଁ ଏହା ନିର୍ମାଣ କରାଯିବ । ତେବେ ପୁରୁଣା ତଥା ବର୍ତ୍ତମାନର ସଂସଦ ଭବନ ମଧ୍ୟ କାମରେ ଲାଗିବ ।

ନୂଆ ସଂସଦ ଭବନ ହେବା ପରେ ପୁରୁଣା ଭବନରେ ସମୟ ସମୟରେ ସଂସଦୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ । ଏହାକୁ ଏକ ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ । ଆଗାମୀ ପୀଢି ଦେଶର ଲୋକତାନ୍ତ୍ରିକ ଯାତ୍ରା ବାବଦରେ ଜାଣିପାରିବେ ।

ବର୍ତ୍ତମାନର ସଂସଦ ଭବନରେ ୫୬୦ ମିଟରର ଡାୟାମିଟର ରହିଛି । ଯେଉଁଥିରେ ବଡବଡ କାର୍ଯ୍ୟକ୍ରମ କରିହେବ । ଲୋକସଭା ବାଚସ୍ପତି ଓମ ବିରଲା କହିଛନ୍ତି ଯେ, ପୁରୁଣା ସଂସଦ ଭବନ ୯୦ ବର୍ଷ ତଳର । ଏହା ଦେଶର ସ୍ୱାଧିନତା, ସମ୍ବିଧାନ ପ୍ରତିଷ୍ଠା ଭଳି ଅନେକ ଐତିହାସିକ ଦିନକୁ ଦେଖିଛି ।

ସୂଚନାଯୋଗ୍ୟ, ୧୯୨୧ ଫେବ୍ରୁଆରୀ ୨୧ ତାରିଖରେ ବର୍ତ୍ତମାନର ସଂସଦ ଭବନର ଶିଳାନ୍ୟାସ ହୋଇଥିଲା । ଏହାକୁ ୮୩ ଲକ୍ଷ ଟଙ୍କାରେ ୬ ବର୍ଷରେ ତିଆରି କରାଯାଇଥିଲା । ଏହାର ଉଦଘାଟନ  ୧୯୨୭ ଜାନୁଆରୀ ୧୮ରେ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଏରଓ୍ୱିନ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.