Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

କରୋନାରେ ଧିମେଇଲା ISROର କାର୍ଯ୍ୟ, ଗଗନୟାନ ଓ ଚନ୍ଦ୍ରୟାନ-୩ ମିସନରେ ହୋଇପାରେ ବିଳମ୍ବ

16/08/2020 at 8:42 PM

ନୂଆଦିଲ୍ଲୀ ୧୬।୮:  କରୋନା ଭାଇରସ ମହାମାରୀ ଯୋଗୁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ କାର୍ଯ୍ୟ ଧିମେଇ ଯାଇଛି। ଫଳରେ ଗଗନୟାନ ମିସନରେ ଇସ୍ରୋଙ୍କ ମାନବରହୀତ ଅଭିଯାନରେ ବିଳମ୍ବ ହୋଇପାରେ। ପୂର୍ବରୁ ଏହି ମିସନରେ ଗଗନୟାନର ପ୍ରକ୍ଷେପଣ ଡିସେମ୍ବର ୨୦୨୦ ସ୍ଥିରିକୃତ ହୋଇଥିଲା। ୨୦୨୧ରେ ଅନ୍ତରୀକ୍ଷକୁ ମାନବ ପ୍ରେରଣ ପୂର୍ବରୁ ଦୁଇଟି ମାନବ ରହୀତ ମିସନ ଲାଗି ନିଷ୍ପତ୍ତି ଚୂଡାନ୍ତ ହୋଇଥିଲା। ତେବେ କରୋନା ଯୋଗୁ ମିସନ ବିଳମ୍ବ ହେବ।

ତେବେ ହେଉଥିବା ବିଳମ୍ବ ନେଇ ପୂର୍ବରୁ ଇସ୍ରୋ  ଅନ୍ତରୀକ୍ଷ କମିସନଙ୍କୁ ଜଣାଇ ଦେଇଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ଭାରତ ୨୦୨୨ ମସିହାରେ ଅନ୍ତରୀକ୍ଷକୁ ଏକ ୩ ସଦସୀୟ ମହାକାଶଚାରୀ ଦଳଙ୍କୁ ପ୍ରେରଣ କରିବାର ଯୋଜନା କରିଥିଲା। ଏଥିରେ ପ୍ରଥମ ମାନବରହୀତ ମିନସ ଡିସେମ୍ବର ୨୦୨୦କୁ ସ୍ଥିରିକୃତ ହୋଇଥିଲା।

ଇସ୍ରୋ ଦେଇଥିବା ସୂଚନା ଅନୁସାରେ କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତିରେ ତାଙ୍କ କାର୍ଯ୍ୟ ପ୍ରଭାବିତ ହୋଇଛି ଓ ଏଣୁ ବିଭିନ୍ନ ମିସନରେ ବିଳମ୍ବ ହୋଇପାରେ। ଏତି ଯୋଗୁ ଯେଉଁ ଦୁଇଟି ମିସନ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଯାଉଛି ତାହା ହେଲା ଗଗନୟାନ ଓ ଚନ୍ଦ୍ରୟାନ-୩। ଚନ୍ଦ୍ରକୁ ପ୍ରେରିତ ହେବାକୁ ଥିବା ଚନ୍ଦ୍ରୟାନର ଏହି ମିସନ ଚଳିତବର୍ଷ ଶେଷ ଆଡକୁ ସ୍ଥିରିକୃତ ଥିଲା।

   Related Posts