ଟେନସନ୍‌ରେ ଟ୍ବିଟ୍‌ କରି ଫସିଲା ପିସିବି, ଟ୍ବିଟରରେ ଅଚାନକ୍‌ ଟ୍ରେଣ୍ଡ କଲା #Fool

Published By : Prameya-News7 Bureau | September 17, 2021 IST

ଇସ୍ଲାମାବାଦ ୧୭/୦୯: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାଇଁ ଶୁକ୍ରବାର (ସେପ୍ଟମ୍ବର ୧୭) ଏକ କଳା ଦିବସ କହିଲେ ଭୁଲ ହେବ ନାହିଁ । ମ୍ୟାଚ୍‌ ଆରମ୍ଭ ହେବାର କେଇ ମିନିଟ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବାକୁ ମନା କରିଦେଇଛି । ସୁରକ୍ଷା କାରଣ ଦର୍ଶାଇ ସିରିଜ୍‌ ରଦ୍ଦ କରିଦେଇଛି ନ୍ୟୁଜିଲାଣ୍ଡ। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଥିଲା। ଯାହାକୁ ନେଇ ପିସିବି ଜୋରଦାର ଟ୍ରୋଲ୍‌ ହେଉଛି।

{"id":513299,"width":729,"height":430,"sizeSlug":"full","linkDestination":"none"}

ପ୍ରକୃତରେ ପିସିବି ପକ୍ଷରୁ ବ୍ୟବହାର କରାଯାଇଥିବା ‘Full’ ଶବ୍ଦର ଅପବ୍ୟହାର ହୋଇଛି। ଶୁକ୍ରବାର ନ୍ୟୁଜିଲାଣ୍ଡ ସହ ସିରିଜ୍‌ ରଦ୍ଦ ହେବା ନେଇ ପିସିବି ସୂଚନା ଦେଇଥିଲା। ଏଥିରେ ‘Full Proof Security’ ଲେଖିବା ପରିବର୍ତେ ଭୁଲରେ ‘Fool Proof Security’ ଲେଖାହୋଇ ଯାଇଥିଲା। ବାସ ପିସିବିର ଏହି ଟ୍ବିଟ୍‌ ପରେ ୟୁଜର୍ସଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଥିଲା। ,ଏପରିକି ଟ୍ବିଟରରେ ଅଚାନକ ଟ୍ରେଣ୍ଡ କଲା #Fool । ଇଂରାଜୀ ଶବ୍ଦ Foolର ଅର୍ଥ ହେଉଛି ‘ବୋକା’। ଏଇଠି ଦେଖନ୍ତୁ ନେଟିଜେନ୍ସଙ୍କ ରିଆକ୍ସନ…

wp:html /wp:html wp:html /wp:html wp:html /wp:html wp:html /wp:html

ସୂଚନାଯୋଗ୍ୟ, ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ସିଂହଳୀ ଟିମ୍‌  ଗଦ୍ଦାଫି ଷ୍ଟାଡିୟମ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ ଏଥିରେ ଶ୍ରୀଲଙ୍କା ଟିମ୍‌ର ୬ ଜଣ ଆହତ ହୋଇଥିବା ବେଳେ ୬ ପାକିସ୍ତାନୀ ପୋଲିସ କର୍ମଚାରୀ ଏବଂ ଦୁଇ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠୁ ପ୍ରାୟ ଦେଶ ପାକିସ୍ତାନରେ ମ୍ୟାଚ୍‌ ଖେଳିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍‌ ରଦ୍ଦ କରିଥିବା ବେଳେ ଏହା ପରେ ଇଂଲଣ୍ଡ କଣ ନିଷ୍ପତ୍ତି ନେଉଛି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.