Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଗୋଦାମରେ ନିମ୍ନ ମାନର ଚାଉଳ ରଖିବାକୁ ମନା କଲେ ମହିଳା ଯୋଗାଣ ନିରୀକ୍ଷକ, ଟାଣି ଓଟାରି ମାଡ ମାରିଲେ ରାଇସ୍ ମିଲ୍ ମାଲିକ

11/05/2021 at 10:24 PM

ଢେଙ୍କାନାଳ ୧୧।୦୫:  ଅତି ନିମ୍ନ ମାନର ଚାଉଳ ରଖିବାକୁ ମନା କରିବାରୁ ଜଣେ ରାଇସ ମିଲ୍ ମାଲିକ ଯୋଗାଣ ବିଭାଗର ଚାଉଳ ଗୋଦାମରେ ଘଟାଇଛନ୍ତି ଉନ୍ମତ୍ତ କାଣ୍ଡ। ଢେଙ୍କାନାଳ ଜିଲ୍ଲା ଯୋଗାଣ ବିଭାଗର ମହିଷାପାଟ ଠାରେ ଥିବା ଚାଉଳ ଗୋଦାମରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଏପରିକି ରାଇସ ମିଲ ମାଲିକ ଯୋଗାଣ ବିଭାଗର ଚାଉଳ ଗୋଦାମ ଦାୟିତ୍ୱରେ ଥିବା ଲୋପାମୁଦ୍ରା ଧଳ ନାମ୍ନୀ ଜଣେ ମହିଳା ଯୋଗାଣ ନିରୀକ୍ଷାଙ୍କୁ  ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ମାଡ ମାରିବା ସହ ଆଶ୍ରାବ୍ୟ ଭାଷାରେ ଗଲି ଗୁଳଜ କରିଥିବା ଅଭିଯୋଗ ଉଠିଛି ।

ଏ ସମ୍ପର୍କରେ ଆକ୍ରମଣର ଶିକାର ଲୋପାମୁଦ୍ରା ଧଳଙ୍କ ପକ୍ଷରୁ ଢେଙ୍କାନାଲ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁକରି ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଏପରି ଆକ୍ରମଣ କରି ରାଇସ ମିଲ୍ ମାଲିକ ନିରାକାର ନାୟକ ଫେରାର ହୋଇଯାଇଥିବା ଜଣାପଡିଛି ।  ମଙ୍ଗଳବାର ଅପରାହ୍ନରେ ଯୋଗାଣ ବିଭାଗର ସ୍ଵୀକୃତିପ୍ରାପ୍ତ ରାଇସ ମିଲ୍ ବିଡିଏନ ରାଇସ ମିଲର ଚାଉଳ ଗୋଦାମକୁ ଆସିଥିଲା ।

ମାତ୍ର ଏହି ଚାଉଳ ଅତି ନିମ୍ନ ମାନର ହୋଇଥିବାରୁ ରଖିବା ପାଇଁ ଦାୟିତ୍ୱରେ ଥିବା ଯୋଗାଣ ନିରୀକ୍ଷକ  ଲୋପାମୁଦ୍ରା ମନା କରିଥିଲେ । ଫଳରେ ଚାଉଳ ଗାଡି ସହ ଆସିଥିବା ରାଇସ ମିଲ୍ ମାଲିକ ନିରାକାର ନାୟକ ତାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ମହିଳା ଯୋଗାଣ ନିରୀକ୍ଷକ ଓ ଉପସ୍ଥିତ ଥିବା କର୍ମଚାରୀ ।ତେବେ ଏ ସମ୍ପର୍କରେ ଅଭିଯୋଗ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

   Related Posts