Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ସାଇକେଲରେ ୬ ହଜାର କିମି ଯାତ୍ରା କରି ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡ୍ କରିବେ ମହିଳା, ମାତ୍ର ୨୨ ଦିନରେ ପୁରା କରିବେ ଲକ୍ଷ୍ୟ

27/02/2021 at 2:53 PM

ପୁନେ ୨୭/୦୨: ପୁନେର ବାସିନ୍ଦା ପ୍ରୀତି ମାସ୍କେ ଖୁବ ଶୀଘ୍ର ସାଇକେଲ୍ ରେ ୨୨ ଦିନରେ ୬,୦୦୦ କିଲୋମିଟର ଯାତ୍ରା କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିବାକୁ ଯାଉଛନ୍ତି । ପ୍ରୀତି ତାଙ୍କର ଏହି ଯାତ୍ରାକୁ ଆଜି ପୁନେର ଶନିୱାର ୱାଡା ଠାରୁ ଆରମ୍ଭ କରିଛନ୍ତି । ସେ ପୁନେରୁ ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଦିଲ୍ଲୀ, ରାଜସ୍ଥାନ, ମୁମ୍ବାଇ ହୋଇ ପୁଣି ପୁନେ ଫେରିବେ। ଯେଉଁ ରାସ୍ତାରେ ପ୍ରୀତି ସାଇକେଲିଂ କରିବେ ତାହାକୁ ସ୍ୱର୍ଣ୍ଣ ଚତୁର୍ଭୁଜ କୁହାଯାଏ ।

ଗିନିଜ ୱାର୍ଲ୍ଡ ରେକର୍ଡର ଅଧିକାରୀମାନେ ପ୍ରୀତିଙ୍କୁ ରେକର୍ଡ କରିବା ପାଇଁ ୩୦ ଦିନ ସମୟ ଦେଇଛନ୍ତି, କିନ୍ତୁ ପ୍ରୀତିଙ୍କର ବିଶ୍ୱାସ ଅଛି ସେ ଏହାକୁ ୨୨ ଦିନରେ ଶେଷ କରିପାରିବେ । ୪୩ ବର୍ଷୀୟା ପ୍ରୀତି ମାସ୍କେ ମା’ ହେବା ସହିତ ଜଣେ ସଫଳ ବ୍ୟବସାୟୀ ମଧ୍ୟ । ତାଙ୍କର ୨୧ ବର୍ଷର ଝିଅ ଏବଂ ୧୪ ବର୍ଷର ପୁଅ ମଧ୍ୟ ଅଛନ୍ତି ।  ପ୍ରୀତି ୪୦ ବର୍ଷ ବୟସରେ ସାଇକେଲ ଚଲାଇବା କ୍ୟାରିଅର୍ ଆରମ୍ଭ କରିଥିଲେ ।

43-year-old Pune woman seeks to set Guinness World Record with 6,000-km  Golden Quadrilateral ride in 22 days | Cities News,The Indian Express

ପ୍ରୀତି ଏପର୍ଯ୍ୟନ୍ତ ଅନେକ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସେ ୨୦୧୭ ରେ ମାଲେସିଆରେ ଆୟୋଜିତ ଏସିଆ ପାସିଫିକ୍ ମାଷ୍ଟର୍ସ ଆଥଲେଟିକ୍ସ ଗେମ୍ସରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ପଦର ହାସଲ କରିଥିଲେ । ଡିସେମ୍ବର୨୦୧୯ ରେ ସେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାଇକେଲିଂ ଭାଗ ନେଇ ସେଥିରେ ମଧ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ଯିତିଥିଲେ ।  ୩,୭୭୩ କିଲୋମିଟରର ଏହି ଯାତ୍ରା ଶେଷ କରିବାକୁ ତାଙ୍କୁ ୧୭ ଦିନ,୧୭ଘଣ୍ଟା ସମୟ ଲାଗିଥିଲା ।

ଏହା ବ୍ୟତୀତ ପ୍ରୀତି ‘ସୁପର ରାଣ୍ଡୋନେର୍’ ଟାଇଟଲ୍ ମଧ୍ୟ ଜିତିଛନ୍ତି । ‘ସୁପର ରାଣ୍ଡୋନେର୍’ ହେଉଛି ଏକ ସିରିଜ୍, ଯେଉଁଥିରେ ଜଣେ ସାଇକେଲ ଚାଳକଙ୍କୁ ଗୋଟିଏ ସିଜନରେ ୨୦୦କିମି, ୩୦୦କିମି, ୪୦୦କିମି, ୬୦୦କିମି ସମ୍ପୂର୍ଣ୍ଣ କରିବାକୁ ପଡିବ । ଏହାପୂର୍ବରୁ ପୁନେର ଦୁଇଜଣ ମହିଳା ଏହି ସ୍ୱର୍ଣ୍ଣ ଚତୁର୍ଭୁଜରେ ଅଂଶଗ୍ରହଣ କରିସାରିଛନ୍ତି । କିନ୍ତୁ ଏହି ୬,୦୦୦ କିଲୋମିଟର ଯାତ୍ରା ଶେଷ କରିବାକୁ ସେ ୪୫ ଦିନ ସମୟ ନେଇଥିଲେ ।

   Related Posts