ରେମଡେସିଭିର ପାଇଁ ପାଦ ଧରି ନେହୁରା ହେଲେ ମହିଳା, ସିଏମଓଙ୍କ ଧମକ- ପୁନର୍ବାର ଆସିଲେ ଜେଲ୍ ପଠାଇ ଦେବି !

Published By : Prameya-News7 Bureau | April 27, 2021 IST

ନୋଏଡା ୨୭।୦୪: ହସ୍ପିଟାଲରେ ଶଯ୍ୟା ଓ ଅକ୍ସିଜେନ୍ ଅଭାବ କାରଣରୁ କରୋନା ସଂକ୍ରମିତ ଆଖି ବୁଜୁଛନ୍ତି। ଅନେକ ରୋଗୀଙ୍କ ପରିଜନ ରେମଡେସିଭିରଙ୍କ ପାଇଁ ଅନେକ ମେଡିକାଲ ଷ୍ଟୋର ଚକ୍କର କାଟୁଛନ୍ତି। ନୋଏଡାରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରୋଗୀଙ୍କ ପରିଜନ ସିଏମଓ(ମୁଖ୍ୟ ଚିକିତ୍ସା ଅଧିକାରୀ)ଙ୍କ ଆଗରେ ନେହୁରା ହେଉଛନ୍ତି। ତାଙ୍କ ପାଦ ତଳେ ମଧ୍ୟ ପଡି ଯାଉଛନ୍ତି। କୌଣସି ପ୍ରକାରେ ରେମଡେସିଭିର ଡୋଜ୍ ଯୋଗାଡ କରିବାକୁ ଆକୁଳ ନିବେଦନ କରୁଛନ୍ତି।

ନୋଏଡାର ଜିଲ୍ଲାପାଳ ସୁହାସ ଏଲ ଭାଇ ଏହି ଭିଡିଓ ବିଷୟରେ ପଚାରି ବୁଝି ସିଏମଓଙ୍କୁ ରୋଗୀଙ୍କ ପରିଜନଙ୍କ ସହ ଭଲ ବ୍ୟବହାର କରିବାକୁ ଚେତାବନୀ ଦେଇଛନ୍ତି। ସେ ଚେତାଇ ଦେଇଛନ୍ତି ଯେ, ଯଦି ସିଏମଓଙ୍କ ବ୍ୟବହାର ଠିକ୍ ନରହେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନୋଏଡା ଜିଲ୍ଲାପାଳ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ମଧ୍ୟ ସନ୍ଦେଶ ଦେଇଛନ୍ତି, ଯଦି କେହି ରୋଗୀଙ୍କ ପରିଜନ ସହ ଭଲ ବ୍ୟବହାର ନକରିବେ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।  

{"id":445257,"width":829,"height":529,"sizeSlug":"large","linkDestination":"none"}

ନୋଏଡାର ସେକ୍ଟର ୩୯ ଜିଲ୍ଲା ହସ୍ପିଟାଲରେ ଏମିତି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା କାନ୍ଦି କାନ୍ଦି ସିଏମଓଙ୍କ ପାଦ ଧରି ଇଞ୍ଜେକ୍ସନ ଯୋଗାଇ ଦେବାକୁ ଗୁହାରି କରିଛନ୍ତି। ମହିଳା ସିଏମଓଙ୍କ ପାଦ ଧରି ସାହେବ ଇଞ୍ଜେକ୍ସନ ବ୍ୟବସ୍ଥା କରି ଦେବାକୁ ଆକୁଳ ନିବେଦନ କରୁଛନ୍ତି। କେବଳ ସେ ନୁହେଁ ଅନେକ ମହିଳା ସିଏମଓଙ୍କ ପାଦ ଧରି କାନ୍ଦୁଛନ୍ତି।

ଅନ୍ୟପଟେ ସିଏମଓ ସମସ୍ତଙ୍କ ମହିଳାଙ୍କ କାଜଗଧରି ନିଜ କ୍ୟାବିନ୍‌କୁ ଚାଲି ଯାଇଥିଲେ। ପରେ ମହିଳାଜଣଙ୍କ କହିଛନ୍ତି, ସିଏମଓ ଆଶ୍ଵାସନ ଦେଇଛନ୍ତି ଯେ ଯଦି ଇଞ୍ଜେକ୍ସନ ବ୍ୟବସ୍ଥା ହୁଏ ତେବେ ସେ ରୋଗୀଙ୍କୁ ଦେବେ। ମହିଳାମାନେ ପୁନର୍ବାର ଆସିବାକୁ କହିବାରୁ ସିଏମଓ ସମସ୍ତଙ୍କୁ ଜେଲ୍ ପଠାଇ ଦେବେ ବୋଲି କହିଥିଲେ।

{"id":445258,"width":830,"height":530,"sizeSlug":"large","linkDestination":"none"}

ଦିଲ୍ଲୀ ଉପକଣ୍ଠ ନୋଏଡାରେ ମଧ୍ୟ କରୋନାର ପ୍ରକୋପ ଜାରି ରହିଛି। ଔଷଧ ଓ ଅକ୍ସିଜେନ ପାଇଁ ଲୋକେ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଘୁରି ବୁଲୁଛନ୍ତି। ଅଭିଯୋଗ ହୋଇଛି ଯେ, ଡିଏମଙ୍କୁ ବାଦ୍ ଦେଲେ ବାକି କୌଣସି ବି ଅଧିକାରୀ ଏମିତି ସଙ୍କଟର ଘଡିରେ ନା ସକ୍ରିୟ ଅଛନ୍ତି ନା ସମ୍ବେଦନଶୀଳ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.