ପର୍ସ ଚୋରି ହେବା ପରେ ଯୁବତୀ କହିଲେ ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ’, ଛାନିଆ ହୋଇଗଲା ପୋଲିସ

Published By : Prameya-News7 Bureau | October 12, 2019 IST

ନୂଆଦିଲ୍ଲୀ୧୨|୧୦: ନାରୀମାନଙ୍କ ସୁରକ୍ଷାକୁ ନେଇ ଦିଲ୍ଲୀ ସରକାର ଡ଼େଙ୍ଗୁରା ପିଟୁଥିବେଳେ ଦିନ ଦ୍ବିପହରେ ଖୋଦ ରାଜଧାନୀ ଦିଲ୍ଲୀରେ ଜଣେ ଯୁବତୀଙ୍କ ପର୍ସକୁ ଦୁର୍ବୃତ୍ତମାନେ ଛଡ଼ାଇ ନେଇଛନ୍ତି।  ଦମୟନ୍ତୀ ନାମକ ଯୁବତୀ ଦିଲ୍ଲୀ ସିଭିଲ ଲାଇନ୍ସର ଗୁଜୁରାଟ ସମାଜ ଭବନ ନିକଟରେ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ସ୍କୁଟର ଆସି ତାଙ୍କଠାରୁ ପର୍ସ ଛଡ଼ାଇ ନେଇଥିଲେ। ଏହା ପରେ ଯୁବତୀ ଥାନାରେ ପହଞ୍ଚି ଥିଲେ। ସେ ଥାନାରେ ଯାହା କହିଥିଲେ ସମସ୍ତେ ଶୁଣି ତାଜୁବ ହୋଇଯାଇଥିଲେ। ଯୁବତୀ କହିଥିଲେ ଯେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇଙ୍କ ଝିଅ।

ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୨ ତାରିଖ ଶନିବାର ସକାଳେ ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳର ଗୁଜୁରାଟ ସମାଜ ଭବନ ନିକଟରେ ଯୁବତୀଙ୍କ ପାଖରୁ ୨ ଜଣ ଦୁର୍ବୃତ୍ତ ପର୍ସ ଛଡ଼ାଇ ନେଇଥିଲେ। ଏହାପରେ ଯୁବତୀ ଥାନାରେ ଏତଲା ଦେବା ବେଳେ ସେ ପିଏମ ମୋଦିଙ୍କ ଭାଇଙ୍କ ଝିଅ ବୋଲି କହିଥିଲେ। ହେଲେ ଯୁବତୀଙ୍କ କଥା ଶୁଣିବା ପରେ ପୋଲିସ ତାଙ୍କ କଥା ନଶୁଣିଲା ଭଳି ହୋଇଥିଲେ।

ଯୁବତୀଙ୍କ ଏଭଳି କଥା ଗଣମାଧ୍ୟମରେ ଖେଳିଯିବା ପରେ ବି ପୋଲିସ ଯୁବତୀଙ୍କ ସଂପର୍କରେ ସଠିକ୍ ସୂଚନା ଦେଇ ନାହାନ୍ତି। କେବଳ ଦମୟନ୍ତୀଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରୁଛି। ଏପର୍ଯ୍ୟନ୍ତ ବି ସେ ପ୍ରଧାନମନ୍ତ୍ରୀଙ୍କ ଝିଆରୀ ବୋଲି ଦାବି କରୁଥିବା କଥା ସୂଚନା ମିଳିଛି। ପିଏମ ମୋଦିଙ୍କ ଭାଇ ଝିଅ କିଏ ବୋଲି ପୋଲିସ ଦମୟନ୍ତୀଙ୍କ ପ୍ରଶ୍ନ କରିଥିଲେ। ହେଲେ ପୋଲିସଙ୍କ କଥାକୁ ଦମୟନ୍ତୀ ଶୁଣି ନଥିଲେ। ଏପର୍ଯ୍ୟନ୍ତ ଦମୟନ୍ତୀଙ୍କ ପ୍ରକୃତ ପରିଚୟ ମିଳି ପାରି ନାହିଁ। ପୋଲିସ କେବଳ ଯୁବତୀଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି

ଦମୟନ୍ତୀଙ୍କ କହିବା ଅନୁସାରେ ପର୍ସରେ ୫୦ ହଜାର ଟଙ୍କା, ମୋବାଇଲ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା। ଦିଲ୍ଲୀ ପୁରୁଣା​‌ ରେଳ ଷ୍ଟେସନରୁ ଅଟୋରେ ଆସି ଗୁଜରାଟ ସମାଜ ଭବନ ନିକଟରେ ପହଞ୍ଚିଥିଲେ। ହଠାତ ସ୍କୁଟରରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କଠାରୁ ପର୍ସ ଛଡ଼ାଇ ନେଇ ଯାଇଥିବା କଥା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.