କ୍ବାରେଣ୍ଟାଇନ୍ ସେଣ୍ଟରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | June 30, 2020 IST

ଜଳେଶ୍ବର୩୦/୬: କ୍ବାରେଣ୍ଟାଇନ୍ ସେଣ୍ଟରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ମହିଳା ହେଲେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଜୟରାମପୁର ଗାଁର  ଆରତୀ ଭଳ ବୋଲି ଜଣା ପଡ଼ିଛି।ତାଙ୍କ ସ୍ୱାମୀ ରବୀନ୍ଦ୍ର ଭୋଳ। ମୃତ ମହିଳା ହାଇଦ୍ରାବାଦରୁ  ଜୁନ୍ ୨୦ ରେ ଆସିଥିଲେ। ଏବେ ଯାଏଁ  ଘଟଣା ସମ୍ପର୍କରେ କିଛି ସଠିକ୍‌ ତଥ୍ୟ ଜଣାପଡିନି। ତେବେ  ମହିଳା ଜଣଙ୍କ ଦିନପ୍ରାୟ ୧୧ଟା ୪୦ ମିନିଟ୍‌ରେ କ୍ବାରେଣ୍ଟାଇନ୍‌ ସେଣ୍ଟରର ବାଥରୁମ ପଛପଟୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଲୋକେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ।  ଘଟଣାସ୍ଥଳରେ ପୋଲିସ୍‌ ପହଁଞ୍ଚି ମହିଳାଙ୍କ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.