Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ

17/06/2020 at 10:54 PM

ପଦ୍ମପୁର୧୭/୬: ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଧିନସ୍ଥ ଛେଲିଆମାଲ ଜଙ୍ଗଲ ନିକଟରୁ ଗତ ୧୧ ତାରିଖ ଦିନ ପୋଲିସକୁ ଜଣେ ମହିଳାଙ୍କ ଗଳିତ ଶବ ମିଳିଥିଲା। ମୃତ ମହିଳାଙ୍କ ମୁଣ୍ଡକୁ ବାରମ୍ବାର ଏକ ବୋଲେରୋ ଚାରି ଚକିଆ ଯାନରେ ମଡ଼ି ଯାଇଥିବାରୁ ଶବଟିକୁ ଚିହ୍ନି ନହେବାରୁ ପାଇକମାଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଥିଲେ। ଅନେକ ଅନ୍ୱେଷଣ ପରେ ପଦ୍ମପୁର ଥାନାରେ ୮ ତାରିଖ ରେ ବଗାଇଜୁରୀ ଗ୍ରାମର ଏକ ମହିଳାଙ୍କ ନିଖୋଜ ରିପୋର୍ଟ ଥିବାବେଳେ ମିଳିଥିବା ଶବକୁ ମହିଳାଙ୍କ  ପରିବାର ଲୋକେ ଚିହ୍ନଟ କରିପାରି ନଥିଲେ କାରଣ ଶବଟି ଫୁଲିଯିବା ସଂଗେ ସଂଗେ ମୁଣ୍ଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାା ପରେ ମୋବାଇଲ ନମ୍ବର ଯାଞ୍ଚ ପରେ ତଦନ୍ତରୁ ଜାଣି ପାରିଥିଲେ ଯେ ଛେଲିଆମାଲ ଗ୍ରାମର ହୃଷିକେଶ ଅଦାବର ନାମକ ଜଣେ ବ୍ୟକ୍ତି ହତ୍ୟାକାଣ୍ଡରେ ସଂଷ୍ଲିଷ୍ଟ।

ତାକୁ କାବୁ କରି ଥାନାକୁ ଆଣି ପୋଲିସ ଜେରା କଲାପରେ ହୃଷିକେଶ ମୃତ ମହିଳା ରେବକୁ ମାରିଥିବା ସ୍ୱୀକାର କରିଥିଲାା ଏହାସହ ଉକ୍ତ ବ୍ୟକ୍ତିଠୁ ମୃତ ରେବତୀ ସାହୁଙ୍କ ସାଟିଫିକେଟ, ଏକ ମୋବାଇଲ, ଗୋଟିଏ ସିମ୍ କାର୍ଡ, ଏ.ଟି.ଏମ କାର୍ଡ , ଆଧାର କାର୍ଡ ଓ ମୃତ ରେବତୀ ସାହୁ ଘରୁ ଆଣିଥିବା ୪୦ ହଜାର ଟଙ୍କା ମାତ୍ର  ଏବଂ କିଛି ଗହଣା ଜବତ କରିଥିଲେ। ଏହାସହ ସ୍ୱାମୀ ଘନଶ୍ୟାମ ସାହୁ ପଦ୍ମପୁର ଥାନାରେ ଏକ କେଶ ଦାଖଲ କରିବା ସହ ଅପରାଧି ହୃଷିକେଶ ଅଦାବରଙ୍କୁ ପୋଲିସ କୋର୍ଟକୁ ଚାଲାଣ କରିଛି। ତଦନ୍ତରୁ ଜଣାପଡିଥିବା ସୁଚନା ମୁତାବକ ଅପରାଧି ଏବଂ ମୃତକଙ୍କ ମଧ୍ୟରେ ମୋବାଇଲ ଜରିଆରେ କୌଣସି ମତେ ଚିହ୍ନା ପରିଚୟ ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲାା

ମୃତ ରେବତୀ ବ୍ୟାଙ୍କ ଯିବା ବାହାନାରେ ଅପରାଧି ହୃଷିକେଶ ସହ ଘର ଛାଡି ପଲେଇ ଯାଇଥିଲେ। ହେଲେ ପରେ ଦୁହିଙ୍କ ମଧ୍ୟରେ ବିବାହକୁ ନେଇ ବଚସା କଥାକଟାକଟି ହେବାସହ ହୃଷି ଅତ୍ୟଧିକ ମଦ୍ୟପାନ ନିଶାରେ ମହିଳାକୁ ରାଗିଯାଇ ନିଜ ଗାଡିରେ ଥିବା ପାନା (ରଡ)ରେ ମୁଣ୍ଡକୁ ବାଡେଇ ପରେ ତାକୁ କେହି ଚିହ୍ନି ପାରିବେ ନାହିଁ ଭାବି ନିଜ ବୋଲେରୋ ସାହାଯ୍ୟରେ ବାରମ୍ବାର ମୁଣ୍ଡ ଉପରେ ଗାଡି ଚଢାଇ ଥିଲି ବୋଲି ସ୍ୱିକାର କରିଛି। ବୋଲି ପଦ୍ମପୁର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତିା ଏହାସହ ପାଇକମାଲ ପୋଲିସ କେସ ନଂ ୯୨ ତାରିଖ ୧୫.୬.୨୦୨୦ ଅଣ୍ଡର ସେକ୍ସନ ୩୦୨/୨୦୧ ଆଇ.ପି.ସି ଦଫା ଗେଇଛି।

   Related Posts