ଗାଧୁଆ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | May 27, 2020 IST

ମାଲକାନଗିରି୨୭/୫: ମାଲକାନଗିରି ଜିଲ୍ଲା କୁଡୁମୁଲୁମ୍ମା ପୁଲିସ ଫାଣ୍ଡି ନିକଟ ଏକ ବସ୍ତିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଧୁଆ ଘରୁ ଜଣେ ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର  କରାଯାଇଛି। ମୃତ ମହିଳାଙ୍କ ବାପଘର ଲୋକେ ଏହି ଘଟଣାକୁ ହତ୍ୟା କହୁଥିବା ବେଳେ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା କହିଛନ୍ତି।  କୁଡୁମୁଲୁଗୁମ୍ମା ଫାଣ୍ଡିଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଘଟଣା ଘଟିଛି। ଏହି ଗ୍ରାମର ଗୋବିନ୍ଦ ମହାରଣାଙ୍କ ପତ୍ନୀ ମିନତୀ ମହାରଣା ( ୨୩)ଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗାଧୁଆଘରୁ ମୃତଶରୀର ଉଦ୍ଧାର କରାଯାଇଛି। ମହିଳାଙ୍କ ବାପାଘର ଲୋକଙ୍କ ଅଭିଯୋଗ ଆଧାରରେ ଅଧିକ ତଦନ୍ତ ପାଇଁ କୋରାପୁଟଠାରୁ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍କୁ ମଗା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.