Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଘରେ ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କୁ ଧରି ଫେରାର ହୋଇଗଲେ ସ୍ବାମୀ: ୨ଟି ପିଲାଙ୍କୁ ଧରି ଥାନାର ଦ୍ବାରସ୍ଥ ହେଲେ ସ୍ତ୍ରୀ

2/10/2020 at 5:33 PM

ସାଲେପୁର୨/୧୦: ସ୍ତ୍ରୀ ଥାଉ ଥାଉ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଧରି ଫେରାର ହୋଇଗଲେ ଜଣେ ବିବାହିତ ଯୁବକ। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ମାଛୁଆତି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିମିଛି। ବିବାହିତ ଯୁବକ ହେଲେ ଟିକି ବେହେରାଙ୍କ ସ୍ୱାମୀ ଦିବାକର ବେହେରା। ଦିବାକର ବେହେରା ମାଛୁଆତି ଗ୍ରାମରେ ଭଡା ଘରେ ସ୍ତ୍ରୀ ଏବଂ ପିଲା ଛୁଆଙ୍କୁ ଧରି ରହୁଥିଲେ।

ସ୍ଥାନୀୟ ପିକୋଳ ଗ୍ରାମରେ ଦିବାକର ବେହେରାଙ୍କ ଘର। ସେ ପ୍ରେମ ବିବାହ କରିବା ପରେ ଘର ଛାଡ଼ି ସାଲେପୁର ମାଛୁଆତି ଗ୍ରାମରେ ଭଡା ଘରେ ରହୁଥିଲେ। ହେଲେ ତାଙ୍କ ଭଡା ଘର ପାଖରେ ଏକ ସ୍ୱାମୀ ପରିତ୍ୟକ୍ତା ମହିଳା ରହୁଥିଲେ। ସ୍ୱାମୀ ପରିତ୍ୟକ୍ତା ମହିଳା ହେଲେ ସ୍ଥାନୀୟ ବାଲିଆ ଗ୍ରାମର କଣ୍ଢେଇ ବେହେରା। ଗତ ୧୨/୦୯/୨୦ ରାତିରେ ଦିବାକର ନିଜ ସ୍ତ୍ରୀର ଅଜାଣତରେ ସ୍ଵାମୀ ପରିତ୍ୟକ୍ତା ମହିଳା କଣ୍ଢେଇ ବେହେରାଙ୍କ ନେଇ ଫେରାର ହୋଇଯାଇଥିଲେ।

ଏହି କଥା ଜାଣିବା ପରେ ସ୍ତ୍ରୀ ଟିକି ବେହେରା ସାଲେପୁର ଥାନାରେ ସ୍ୱାମୀଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏତଲ ଦେବା ପରେ ବି ପୋଲିସ୍ ଫେରାର ସ୍ବାମୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି।

   Related Posts