କରୋନା କଳିରେ ବଳି ପଡ଼ିଲେ ମହିଳା: ବିଦେଶୀ ଫେରନ୍ତାଙ୍କ ସଂପର୍କରେ ଖବର ଦେବାରୁ ଗୁଳିକାଣ୍ଡ

Published By : Prameya-News7 Bureau | April 01, 2020 IST

ଅନ୍ନିପୁର୧/୪: କରୋନା ଭାଇରସ୍‌ ଲୋକମାନଙ୍କ ନିଦ ହଜାଇ ଦେଇଛି। ଏଭଳି ସଂକଟଜନକ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ବିଦେଶରୁ ଫେରିଥିବା ବ୍ୟକ୍ତି ଗାଁକୁ ଆସିଲେ ସେମାନେ ପଞ୍ଜିକରଣ ବା ରେଜିଷ୍ଟ୍ରେସନ କରିବେ। ସେହିଭଳି ବିଦେଶରେ ରହୁଥିବା କିଛି ବ୍ୟକ୍ତି ଉତ୍ତରପ୍ରଦେଶ ଅନ୍ନିପୁର ଗାଁରେ ପହଞ୍ଚିଥିଲେ। କିନ୍ତୁ ଏମାନଙ୍କ ଆସିବା ଖବର ଜଣେ ବ୍ୟକ୍ତି ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏବଂ ଉଭୟ ଗୋଷ୍ଠି ମଧ୍ୟରେ ଗୁଳି ବିନୟ ମଧ୍ୟ ହୋଇଥିଲା। ଏହି  ସଂଘର୍ଷରେ ମହିଳା ସେବକ ବଳି ପଡ଼ିଯାଇଥିଲେ।

ପୁଲିସ୍‌ ସୂଚନା ମୁତାବକ,  ଅନ୍ନିପୁର ଗାଁ ସେବକ ବିନୟ ଯାଦବ ଗାଁକୁ ଆସିଥିବା ବିଦେଶୀ ଫେରନ୍ତାଙ୍କ ସୂଚନା ପ୍ରଶାସନକୁ ଦେଇଥିଲେ। ଏହାପରେ ପୁଲିସ୍‌ ଏବଂ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଗାଁରେ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ। ଏହି କଥାକୁ କେନ୍ଦ୍ର କରି ବୁଧବାର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଗୋଷ୍ଠୀ ବିବାଦ ଧୀରେ ଧୀରେ ଉଗ୍ରରୂପ ନେଇଥିଲା। ଏହା ପରେ ଗୁଳି ବର୍ଷଣ ହୋଇଥିଲା। କିନ୍ତୁ ଏହି ସମୟ ମହିଳା ଗ୍ରାମ ସେବକ ଦେହରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ମହିଳା ଗ୍ରାମ ସେବକଙ୍କ ମୃତ୍ୟୁ ହୋଇଥିଲା।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବବ୍ୟବଚ୍ଛେଦ ପଠାଇଥିଲେ। ଗୁଳି ଚଳାଇଥିବା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ୍‌ ଅଭିଯୁକ୍ତଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.