ବୟଫ୍ରେଣ୍ଡ ସହ ହୋଟେଲରେ ଥିଲେ ମହିଳା, ହଠାତ୍‌ ପହଞ୍ଚିଗଲେ ସ୍ବାମୀ…

Published By : Prameya-News7 Bureau | April 06, 2021 IST

ଅମୃତସର ୦୬/୦୪ : ପ୍ରେମିକ ସହ ହୋଟେଲରୁ ବାହାରକୁ ଆସୁଥିଲେ ମହିଳା । ଅଠାତ୍‌ ସାମ୍ନାକୁ ଚାଲିଆସିଲେ ସ୍ବାମୀ । ସାମ୍ନାସାମ୍ନୀ ହୋଇଯିବା ପରେ ମହିଳାଙ୍କ ସ୍ବାମୀ ଆରମ୍ଭ କରିଦେଇଥିଲେ ମାଡ । ପଞ୍ଜାବର ଅମୃତସରରେ ପତି-ପତ୍ନୀ ମଧ୍ୟରେ ଦେଖିବାକୁ ମିଳିଛି ହାଇ ପ୍ରୋଫାଇଲ ଡ୍ରାମା ଏବଂ ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଛି ।

ସୂଚନା ଅନୁସାରେ, ମହିଳାଙ୍କ ସହିତ ତାଙ୍କ ସ୍ବାମୀଙ୍କର ଛାଡପତ୍ର ମାମଲା ଚାଲୁ ରହିଛି । ସ୍ବାମୀଙ୍କ ଠାରୁ ସମସ୍ତ ଟଙ୍କା ନେବାପରେ ମଧ୍ୟ ମହିଳାଜଣକ ଛାଡପତ୍ର ଦେବାକୁ ଧରାଛୁଆଁ ଦେଉନଥିଲେ । ତେବେ ମହିଳାଜଣକ ଏକ ହୋଟେଲରେ ଥିବା କୌଣସି ସୂତ୍ରରୁ ଖବର ପାଇଥିଲେ ତାଙ୍କ ସ୍ବାମୀ । କିଛି ବନ୍ଧୁମାନଙ୍କ ସହିତ ଉକ୍ତ ହୋଟେଲରେ ପହଞ୍ଚିଯାଇଥିଲେ ସେ । ସେଠା​‌ରେ ପତ୍ନୀଙ୍କୁ ଦେଖିବା ପରେ ଆରମ୍ଭ କରିଦେଇଥିଲେ ମାଡ ।

होटल में हुआ पति और पत्नी के बीच एक हाई वोल्टेज ड्रामा

ସୂଚନା ମୁତାବକ, ୬ ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ବାହାଘରର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଆରମ୍ଭ ହୋଇଯାଇଥିଲା । ମହିଳାଙ୍କ ସ୍ବାମୀ ପୋଲିସ କନଷ୍ଟେବଲ ଏବଂ ସେ ଜଳନ୍ଦରରେ ରୁହନ୍ତି । କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ଯେ, କୌଣସି ବ୍ୟକ୍ତି ସହ ତାଙ୍କ ପତ୍ନୀଙ୍କର ଅବୈଧ ସମ୍ପର୍କ ଅଛି । ଏହା ପରେ ସେ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ଛାଡପତ୍ରରେ ଦସ୍ତଖତ କରିବା ପାଇଁ ଟଙ୍କା ଦାବି କରିବା ପରେ ଯୁବକଜଣକ ତାଙ୍କ ପିତ୍ନୀଙ୍କୁ ଟଙ୍କା ଦେଇଥିଲେ । ଏହା ପରେ କିନ୍ତୁ ସେ ଧରାଛୁଆଁ ଦେଇନଥିଲେ ।

ପୋଲିସ ଅଧିକାରୀ ରୋବିନ୍‌ ହଂସ କହିଛନ୍ତି, ମାମଲାର ଯାଞ୍ଚ ଜାରି ରହିଛି । ପ୍ରେମୀ ଯୁଗଳଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଜାରି ରହିଛି ।

होटल में हुआ पति और पत्नी के बीच एक हाई वोल्टेज ड्रामा

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.