Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ପାର୍ଲରରେ ହେୟାର ୱାଶ୍ କରୁଥିବା ସମୟରେ ବାରମ୍ବାର ସାଙ୍ଗ ସହ କଥା ହେଉଥିଲେ ଯୁବତୀ, ରାଗିଯାଇ ଏପରି କିଛି କଲେ ହେୟାର ଡ୍ରେସର୍ : ଭିଡିଓ ଭାଇରାଲ

14/07/2021 at 4:22 PM

ନୂଆଦିଲ୍ଲୀ ୧୪/୦୭ : ପୁଅ ହେଉ କିମ୍ବା ଝିଅ ନିଜର ସୌନ୍ଦର୍ଯ୍ୟକୁ ସଜାଇବା ପାଇଁ ପାର୍ଲର କିମ୍ବା ସେଲୁନ୍ କୁ ଯାଇଥାନ୍ତି । ଯେଉଁଠାରେ କେଶ କାଟିବା ସହ କେଶ ଧୋଇବା ଭଳି ପ୍ରକ୍ରିୟା ବହୁତ ସମୟ ନେଇଥାଏ। ଏଭଳି ପରିସ୍ଥିତିରେ, ବେଳେବେଳେ ଆମେ ନିଜ ଫୋନରେ ବ୍ୟସ୍ତ ଥାଉ ବା ପାଖରେ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିବାରେ ବ୍ୟସ୍ତ ରହିଯାଇଥାଉ । ଏହି କାରଣରୁ, ହେୟାର ଡ୍ରେସରମାନଙ୍କର କାମ କରିବାରେ ଅସୁବିଧା ହୋଇଥାଏ । ଅନେକ ସମୟରେ ଏହା ତାଙ୍କ କାମରେ ବ୍ୟାଘାତ ସୃଷ୍ଟି କରିଥାଏ । ନିକଟରେ ଏମିତି ଏକ ଭିଡିଓରେ ଭାଇରାଲ ହୋଇଛି । ଯାହାକି ପାର୍ଲରରେ କେଶ ଧୋଉଥିବା ହେୟାର ଡ୍ରେସର ରାଗି ଯାଇଥିବାର ଦେଖିବାକୁ ମିଳିଥିଲା ।

ବାସ୍ତବରେ, ଏହି ଭାଇରାଲ୍ ଭିଡିଓ ହେଉଛି ଏକ ପାର୍ଲର। ଯେଉଁଥିରେ ଯବୁତୀ ଜଣଙ୍କ ହେୟାର ଓ୍ବାଶ କରିବା ପାଇଁ ପାର୍ଲର ଆସିଥିଲେ । କିନ୍ତୁ ସେହି ସମୟରେ ସେ ତାଙ୍କ ପାଖରେ ବସିଥିବା ସାଙ୍ଗ ସହିତ ଲଗାତାର ଭାବରେ କଥାବାର୍ତ୍ତା କରୁଥିଲେ । ଏଭଳି ଦୁଇ ତିନିଥର କରିବା ପରେ ବିରକ୍ତ ହୋଇଯାଇଥିଲେ ପାର୍ଲରର କର୍ମଚାରୀ । ତେବେ ପୁଣି ଥରେ ଯେତେବେଳେ ଯୁବତୀ ଜଣକ ନିଜ ବନ୍ଧୁଙ୍କ ସହ କଥା ହେବା ପାଇଁ ବେସିନ ଉପରୁ ମୁଣ୍ଡ ଉଠାନ୍ତି, ସେତେବେଳେ ହେୟାର ଡ୍ରେସର ରାଗିଯାଇ ତାଙ୍କ ମୁହଁରେ ପାଣି ସ୍ପ୍ରେ କରିଦେଇଥିଲେ ।  ଏହା ଦେଖିବା ପରେ ଆଖପାଖର ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଏହି ଭିଡିଓଟି ସେଲୁନର ସିସିଟିଭିରେ କଏଦ ହେବା ପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହାକୁ ଦେଖିବା ମାତ୍ରେ ଲୋକମାନେ ଏହାକୁ ନେଇ ବହୁତ କମେଣ୍ଟସ୍ ମଧ୍ୟ ଦେଇଛନ୍ତି ।

   Related Posts