Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ମୂଲ୍ୟବାନ ପଥରକୁ ସାମାନ୍ୟ ଭାବି ଫିଙ୍ଗିଦେବାକୁ ଭାବିଥିଲେ ବୃଦ୍ଧା, ଦାମ୍‌ ଶୁଣି ଚମକି ପଡ଼ିଲେ

6/11/2021 at 5:42 PM

ଲଣ୍ଡନ ୦୬/୧୧: ଭାଗ୍ୟ କେବେ ବଦଳିଯାଏ କହିହେବ ନାହିଁ। ଭଗବାନ ଯେତେବେଳ ଦିଅନ୍ତି ଛପର ଫଡ଼ି ଦିଅନ୍ତି। ଏ ସବୁ କଥା ବେଳେ ବେଳେ ସତ ମଧ୍ୟ ସାବ୍ୟସ୍ତ ହୁଏ ଏବଂ ହେଉଛି ମଧ୍ୟ। ସେମିତି ୭୦ ବର୍ଷୀୟା ବୃଦ୍ଧା, ବୟସର ପରିଣତ ବୟସରେ ଚକମକ ପଥର ପାଇଁ କୋଟିପତି ହୋଇଛନ୍ତି। ପ୍ରଥମେ ଚିକମିକ୍‌ କରୁଥିବା ପଥରଟିକୁ ସେ ଅଳିଆଗଦାକୁ ଫୋପାଡ଼ି ଦେବାକୁ ଭାବିଥିଲେ କିନ୍ତୁ କଣ ହେଲା କେଜାଣି ତାକୁ ନେଇ ନିଜ ଆଲମିରାରେ ସାଇତି ରଖିଥିଲେ । ଯେତେବେଳେ ଆଲମିରା ଖୋଲୁଥିଲେ ପଥରଟିକୁ ସେ ଦେଖୁଥିଲେ।

ଏମିତି ବି ସବୁବେଳେ ପଥରଟିକୁ ଫିଙ୍ଗି ଦେବାକୁ ଭାବୁଥିବା ବୃଦ୍ଧା ସେଦିନ ସ୍ଥର କଲେ ଯେ ପ୍ରକୃତରେ ତାହା କଣ ଜାଣିବା ପାଇଁ। ତାପରେ ସେ ସେହି ପଥରଟିକୁ ନେଇ ଜଣେ ଅକ୍ସନର ପାଖକୁ ଯାଇଥିଲେ। ଅକ୍ସନର ପଥରଟିକୁ ଦେଖି ପ୍ରଥମେ ସାମାନ୍ୟ ପଥରଟିଏ ଭାବି ବୃଦ୍ଧାଙ୍କୁ ଫେରାଇଦେବାକୁ ଭାବିଥିଲେ। କିନ୍ତୁ ପରେ ସେ କଣ ଭାବିଲେ କେଜାଣି ପଥରଟିକୁ ପରୀକ୍ଷା କଲେ ।

ପରୀକ୍ଷା ପରେ ଯାହା ଜାଣିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଇଟା ସାମାନ୍ୟ ପଥର ନଥିଲା ବରଂ ୩୪ କ୍ୟାରେଟ ହୀର ଥିଲା। ତାହାର ଦାମ କୋଟିଏ କି ଦୁଇ କୋଟି ନୁହେଁ ୨୦ କୋଟି ଟଙ୍କା। ଏନେଇ ବୃଦ୍ଧାଙ୍କୁ କହିବା ପରେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିନଥିଲା। ଘଟଣାଟି ବ୍ରିଟେର ନର୍ଥବରଲ୍ୟାଣ୍ଡର ହୋଇଥିବା ବେଳେ ବୃଦ୍ଧାଙ୍କ ନାଁ ଗୋପନ ରଖାଯାଇଛି। ପରବର୍ତ୍ତୀ ଅକ୍ସନ ସମୟରେ ଏହି ହୀରାକୁ ନୀଲାମ ପାଇଁ ରଖାଯିବ ବୋଲି ଜଣାପଡ଼ିଛି।  

   Related Posts