Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମହିଳା ଦେଖାଇଲେ ସାହସିକତା, ଟଙ୍କା ବ୍ୟାଗ ଛଡ଼ାଇବା ବେଳେ ଲୁଟେରାକୁ ମାଡି ବସିଲେ…

5/08/2021 at 5:48 AM

ଟାଙ୍ଗୀ ୦୫।୦୮: ମହିଳାଙ୍କଠାରୁ ୧୫ ହଜାର ଟଙ୍କା ଲୁଟିବା ମହଙ୍ଗା ପଡିଲା। ଦୁର୍ବୃତ୍ତ ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ସମ୍ପୃକ୍ତ ମହିଳା ଜଣଙ୍କ ଦେଖାଇଲେ ସାହସିକତା। ଲୁଟ ଉଦ୍ୟମ କରୁଥିବା ଲୁଟେରାକୁ ମାଡି ବସିଲେ ମହିଳା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକରେ ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ।

ଟାଙ୍ଗୀ ଥାନା ପାଣିଓରଡ ପଞ୍ଚାୟତ ଲକ୍ଷ୍ମୀଧରପୁର ଗ୍ରାମର ପ୍ରମିଳା ଦେଈ ଚାନ୍ଦପୁର ଷ୍ଟେଟ୍‌ ବ୍ୟାଙ୍କରୁ ୧୫ ହଜାର ଟଙ୍କା ଉଠାଇ ଅଟୋରେ ଘରକୁ ଫେରୁଥିଲେ । ଅଟୋରୁ ଓହ୍ଲାଇ ଚାଲି ଚାଲି ଘରକୁ ଫେରୁଥିବା ବେଳେ ତାଙ୍କଠାରୁ ଜଣେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଛଡାଇ ନେଇଥିଲା । ହେଲେ ପ୍ରମିଳ ଲୁଟେରାକୁ କାବୁ କରିବାକୁ ଚେଷ୍ଟା କରି ତାକୁ ମାଡି ବସିଥିଲେ । ଫଳରେ ଲୁଟେରା ଜଣଙ୍କ ଭାରସାମ୍ୟ ହରାଇ ଧାନ ଜମିରେ ଗଳି ପଡିଥିଲା । ଏଥିରେ ପ୍ରମିଳା ମଧ୍ୟ ଆହତ ହୋଇଛନ୍ତି । ପରେ ଲୋକେ ଏକାଠି ହୋଇ ଲୁଟେରାକୁ ବହେ ଛେଚିଥିଲେ । ଖବର ପାଇ ଟାଙ୍ଗୀ ପୁଲିସ୍‌ ବାଇକ୍‌ ସହ ଲୁଟେରାକୁ ଅଟକ ରଖି ପଚରାଉଚରା କରୁଛି ।

   Related Posts