ନୀଳଗିରି୧୪/୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖାଦେଇଛି ଅଭାବନୀୟ ଘଟଣା। କନେଷ୍ଟବଳ ସ୍ୱାମୀଙ୍କ ବିରୁଦ୍ଧରେ ସ୍ତ୍ରୀ ଆଣିଲେ ସଂଗୀନ ଅଭିଯୋଗ। ଏ ନେଇ ମହିଳା ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ସ୍ତ୍ରୀଙ୍କ ଅଭିଯୋଗ ମୁତାବକ, ପ୍ରଥମ ସ୍ତ୍ରୀ ଥାଉ ଥାଉ, ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରିଛନ୍ତି।
ଭଉଁରିଆବାଡ଼ ପଞ୍ଚାୟତର ବିଟୁସାହି ଗ୍ରାମର କନେଷ୍ଟବଳ ସଞ୍ଜୟ ସିଂଙ୍କ ଘର । ସେ ଆଜକୁ ୪ ବର୍ଷ ତଳେ ମହିସାପଟ୍ଟା ପଞ୍ଚାୟତ ହାତିଆଶିଳା ଗ୍ରାମର ଗୌରହରି ସିଂଙ୍କ ଝିଅ ଦମୟନ୍ତୀଙ୍କୁ ବୈଦିକ ରିତି-ରିବାଜରେ ବିହାହ କରିଥିଲେ। ସେମାନଙ୍କର ଅଢେଇ ବର୍ଷର ଶିଶୁକନ୍ୟା ଟିଏ ମଧ୍ୟ ଅଛି।
ଆଜକୁ ଦୁଇବର୍ଷ ତଳେ କନେଷ୍ଟବଳ ସ୍ବାମୀ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ମାଡ଼ ଗାଳି କରୁଥିବା ସେ ଅଭିଯୋଗ କରିଥିଲେ। ଏହି ସ୍ବାମ-ସ୍ତ୍ରୀଙ୍କ ମାମଲା କୋର୍ଟରେ ବିଚାରଧୀନ ଥିବା ସତ୍ତ୍ବେ ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରିଥିବା ପୀଡିତା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ସତ୍ୟସତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।