Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ସାନ ଭଉଣୀର ଗାଧୁଆବେଳର ଭିଡିଓ ରେକର୍ଡିଂ କରି ନିଜ ପ୍ରେମିକ ପାଖକୁ ପଠାଇଲା ବଡ ଭଉଣୀ, ଭିଡିଓକୁ ଭାଇରାଲ କରିଦେଲା ପ୍ରେମିକ, ପୋଲିସ କଲା ଗିରଫ

1/11/2019 at 8:21 PM

ମୁମ୍ବାଇ୧/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷ ବୟସ୍କା ମହିଳା ନିଜ ସାନ ଭଉଣୀଙ୍କ ଉପରେ ପ୍ରତିଶୋଧ ନେବା ଲାଗି ଏଭଳି ଘୃଣ୍ୟ କାମ କରିଛି। ମହିଳା ନିଜ ଉଭଣୀଙ୍କ ଗାଧୋଇବା ବେଳର ଅଶ୍ଲୀଳ ଭିଡିଓ ରେକର୍ଡିଂ କରି ତାଙ୍କ ବିବାହିତ ପ୍ରେମିକକୁ ପଠାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମହିଳାକୁ ପୋଲିସ ଗିରଫ କରିଛି। ମୁମ୍ବାଇର ଅଗ୍ରିପଡ଼ା ଅଞ୍ଚଳରେ ଏଭଳି ଘଟଣା  ଘଟିଛି।

ଗୁରୁବାର ପୀଡ଼ିତା ନିଜ ଭଉଣୀଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଯେ ଅଭିଯୁକ୍ତ ମହିଳାଙ୍କ ପ୍ରେମିକ ହେଉଛନ୍ତି ବିବାହିତ । ଅଭିଯୁକ୍ତ ମହିଳା ବି ବିବାହ କରି ସାରିଛନ୍ତି। ତଥାପି ଅଭିଯୁକ୍ତ ନିଜ ଉଭଣୀଙ୍କ ଗାଧୋଇବା ବେଳର ଭିଡିଓ ରେକର୍ଡିଂ କରି ତାଙ୍କ ବିବାହିତ ପ୍ରେମିକର ମୋବାଇଲକୁ ପଠାଇଥିଲା।

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ମହିଳା ତାଙ୍କ ବିବାହିତ ପ୍ରେମିକକୁ ପୁଣି ଥରେ ବିବାହ କରିବା ଲାଗି ଚାହିଁଥିଲା। କିନ୍ତୁ ପ୍ରେମିକର ଆଖି ପ୍ରେମିକାର ସାନ ଭଉଣୀ ଉପରେ ପଡ଼ିଥିଲା। ସେ୍‌ଥିଲାଗି ପ୍ରତିଦିନ ଫୋନରେ ସାନ ଉଭଣୀର ଗାଧୋଇବା ସମୟର ଭିଡିଓ ପଠାଇବା ଲାଗି ସେ ମହିଳାକୁ ବାଧ୍ୟ କରୁଥିଲା।

ମହିଳା ନିଜ ସାନ ଉଭଣୀଙ୍କ ଭିଡିଓ ପଠାଇଲେ ପ୍ରେମିକ ମହିଳାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଥି ସହ ଗତଥର ଶିବରାତ୍ରି ଦିନ ପୀଡ଼ିତା ତାଙ୍କ ଭଉଣୀର ପ୍ରେମିକଙ୍କୁ ଅପମାନ କରିଥିଲା। ଏସବୁ ରାଗ ରଖି ଅଭିଯୁକ୍ତ ଭଉଣୀ ଏଭଳି ଷଡ଼ଯନ୍ତ୍ର କରି୍‌ଥିଲା।  

ବିବାହିତ ପ୍ରେମିକକୁ ​‌ମହିଳା ଭିଡିଓ ପଠାଇଥିଲେ। ହେଲେ ପ୍ରେମିକ ଏହି ଭିଡିଓ ତାଙ୍କ ସଂପର୍କୀୟଙ୍କୁ ପଠାଇ ଦେଇଥିଲା। ଏହାପରେ ପ୍ରକୃତ ଘଟଣା ପର୍ଦ୍ଦାଫାଶ କରିଥିଲା ପୋଲିସ । ଶେଷରେ ଅଭିଯୁକ୍ତ ମହିଳାକୁ ପୋଲିସ ଗିରଫ କରିଥିଲା।

   Related Posts