ପରକୀୟା ପ୍ରୀତି ! ପ୍ରେମିକ ସହ ମିଶି ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୋଗ ଆଣିଲା ବଡ ଭାଇ

Published By : Prameya-News7 Bureau | April 27, 2021 IST

ଆଠମଲ୍ଲିକ ୨୭।୦୪: ପରକୀୟା ପ୍ରୀତି ପାଇଁ ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଆଠମଲ୍ଲିକ ଥାନା ଅନ୍ତର୍ଗତ କରଡ଼ାଶିଙ୍ଗ ଗ୍ରାମରେ ଘଟିଛି।  ପ୍ରେମିକ ସହ ମିଶି ରାତିରେ ସ୍ଵାମୀକୁ ହତ୍ୟା କରିଛି ସ୍ଵାମୀ। ଏମିତି ଅଭିଯୋଗ କରିଛନ୍ତି ବଡ଼ ବଡ଼ଭାଇ।

କରଡ଼ାଶିଙ୍ଗ ଗ୍ରାମର ମାନସ ବେହେରାଙ୍କ ସ୍ତ୍ରୀ ସରସ୍ୱତୀ ବେହେରାଙ୍କ ସହିତ ସେହି ଗ୍ରାମର ଗୋବର୍ଦ୍ଧନ ମିରଧାଙ୍କ ସହିତ ପ୍ରେମ ସଂପର୍କ ଥିଲା । ଗତ ରାତିରେ ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ଏହି ଘଟଣାକୁ ନେଇ ସ୍ତ୍ରୀ ସରସ୍ଵତୀ ତାର ପ୍ରେମିକ ଗୋବର୍ଦ୍ଧନ ମିରଧାକୁ ଡକାଇ ମାନସକୁ ହତ୍ୟା କରିଥିବାର କହିଛନ୍ତି ମାନସର ବଡ଼ଭାଇ ଦଇତାରି ବେହେରା । ଆଜି ଘରୁ ଶବ ବାହାରିବା ପରେ କଥା ପ୍ରଘଟ ହେଇଛି।

ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣାରରେ ପହଁଚି ଥିଲେ । ମୃତକ ମାନସର ସ୍ତ୍ରୀ ଓ ପ୍ରେମିକ ଗୋବର୍ଦ୍ଧନ ମିରଧାକୁ ଅଟକ ରଖିଛନ୍ତି । ଶବ ବ୍ୟବଛେଦ ପରେ ଦିତାରି ବେହେରାଙ୍କର ଲିଖିତ ବୟାନ ନିଆଗଲେ କାର୍ଯ୍ୟନୁଷ୍ଠା ନିଆଯିବ ବୋଲି ପ୍ରକାଶ କରିଛନ୍ତି ଆଠମଲ୍ଲିକ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.