Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଅଟୋରେ ଯାଉଥିବା ସମୟରେ ବାହ୍ମଣୀ ନଦୀକୁ ଡେଇଁ ପଡିଲେ ମହିଳା, ଶାଶୁ ଘର ଯିବାକୁ ଚାହୁଁନଥିଲେ

12/11/2021 at 8:17 PM

ଚଣ୍ଡିଖୋଲ ୧୨।୧୧: ଶାଶୁ ଘର ଲୋକେ ଦେଉଥିଲେ ନିର୍ଯ୍ୟାତନା। ତେଣୁ ଶାଶୁ ଘରକୁ ଯିବାକୁ ଚାହୁଁନଥିଲେ ମହିଳା। ହେଲେ ବାଧ୍ୟ କରିବାରୁ ଓଟୋରୁ ଓହ୍ଲାଇ ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳା ଜଣକଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ ନିକଟରେ ଘଟିଛି।

ସୂଚନା ମୁତାବକ, ଆତ୍ମହତ୍ୟା କରିଥିବା ମହିଳା ଜଣକ ଜେନାପୁର ଥାନା ଅଞ୍ଜିରା ଗ୍ରାମର ଭଗବାନ ମଲିକଙ୍କ ଝିଅ ଡଲି ମଲିକ। ଶାଶୂଘର ପକ୍ଷରୁ ତାଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ବାପ ଘରେ ରହି ଆସୁଥିଲେ। ଆଜି ତାଙ୍କୁ ବୁଝାସୁଝା କରି ଶାଶୁ ଘରକୁ ତାଙ୍କ ମା ଅଟୋ ଯୋଗେ ନେଇ ଯାଉଥିବା ବେଳେ ବ୍ରାହ୍ମଣୀ ବ୍ରିଜ ନିକଟରେ ସେ ହଠାତ ଗାଡିରୁ ଓହ୍ଲାଇ ନଦୀକୁ ଡେଇଁ ପଡ଼ିଥିଲେ। ଅଟୋ ଡ୍ରାଇଭର ଓ ମହିଳା ମାନେ ପାଟି କରିବାରୁ ନଦୀ ଭିତରେ ମାଛ ଧରୁ ଥବା କିଛି ଲୋକେ ମହିଳାଙ୍କୁ ଜୀବିତ ଅବସ୍ଥା ରେ ଉଦ୍ଧାର କରିଥିଲେ।

ସେଠାରୁ ମହିଳାଙ୍କୁ କବାଟବନ୍ଧ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଯାଜପୁର ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଦିଆ ଯାଇଛି। ମହିଳା  ଜଣକ କୋରେଇ ବ୍ଲକ ତଳଗଡ଼ ପଂଚାୟତ ଝୁଲଣ ଗ୍ରାମର ସାଗର ମଲିକଙ୍କୁ ଗତବର୍ଷ ବିବାହ କରିଥିଲେ। ବିଭିନ୍ନ ସମୟରେରେ ଶାଶୁ ଘର ଲୋକେ ମହିଳାଙ୍କୁ ନିର୍ଯାତନା ଦେଉଥିବା ପୂର୍ବରୁ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ମହିଳା।

   Related Posts