Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

କରିତ୍‌କର୍ମା ସ୍ଵାମୀ ! ନ୍ୟାୟ ପାଇଁ ଏ ଥାନାରୁ ସେ ଥାନା ଘୁରି ବୁଲୁଛନ୍ତି ମହିଳା, କେସ୍‌ ନରଖି ଆଇନ୍‌ର‌ ପାଠ ପଢାଇଲା ପୋଲିସ୍

8/04/2021 at 6:50 PM

ତେଲକୋଇ ୦୮।୦୪: ନ୍ୟାୟ ପାଇବା ପାଇଁ  ଆଠ ମାସର କଅଁଳ ଶିଶୁକୁ ଧରି ଏ ଥାନାରୁ ସେ ଥାନା ଦୌଡୁଛନ୍ତି ମହିଳା। ଏହି କେସ୍ ଆମ ଥାନାରେ ଆସୁନି କହି ଥାନା ଅଧିକାରୀ ମହିଳାଙ୍କୁ ଫେରାଇ ଦେଉଛନ୍ତି।  ଏହି ପରି ମହିଳା ଜଣକ ନ୍ୟାୟ ପାଇଁ ଥାନା ଦୌଡି ଦୌଡି ନୟାନ୍ତ ହେଲେଣି। ନିଜ ସ୍ଵାମୀଙ୍କ କୁକର୍ମ ଯୋଗୁଁ ମହିଳାଙ୍କୁ ଏମିତି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ।

ମୟୂରଭଞ୍ଜ ଜିଲ୍ଲା ଗୁରୁମହିଷାଣି ଥାନା ଅନ୍ତର୍ଗତ ଡଙ୍ଗାପାଣି ଗାଁର ବାପା ଛେଉଣ୍ଡ ଝିଅ ପୂର୍ଣ୍ଣିମା ନାୟକ ୨୦୧୮ ମସିହାରେ ତେଲକୋଇ ଥାନା ଅନ୍ତର୍ଗତ ହାଲପୋଡି ଗାଁର ଦିଲ୍ଲୀପ କୁମାର ସାହୁଙ୍କ ପୁତ୍ର ମୁକେଶ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ଦୁଇ ଜଣ ସ୍ବାମୀ ଓ ସ୍ତ୍ରୀ ମହାଦେଇଯୋଡା ଗାଁରେ ଭଡା ଘରେ ରହୁଥିଲେ । ଉଭୟଙ୍କ ଔରସରୁ ଏକ ଆଠ ମାସର ଶିଶୁପୁତ୍ର ମଧ୍ୟ ଜନ୍ମ ହୋଇ ଥିବାବେଳେ ୧ ମାସ ହେବ ମୁକେଶ ଆଉ ଜଣଙ୍କୁ ବିବାହ କରିଛନ୍ତି ।

ଏଘଟଣା ଜାଣିବା ପରେ ପୀଡିତା ଆଦିବାସୀ ମହିଳା ଜଣଙ୍କ ମୁକେଶଙ୍କ ଘରକୁ ମାର୍ଚ୍ଚ ୨୪ ତାରିଖରେ ଆସିଥିଲେ । ପୂର୍ଣ୍ଣିମାଙ୍କୁ ତାଙ୍କ ସ୍ବାମୀ ମୁକେଶ ଜାତିଆଣ ଆକ୍ଷେପ କରି ଘରେ ପୁରେଇ ଦେଇ ନଥିଲେ । ଜୀବନରୁ ମାରି ଦେବାର ଧମକ ଦେଇ ପୂର୍ଣ୍ଣିମାଙ୍କୁ ରାଇସୁଆଁ ଥାନା ଅନ୍ତର୍ଗତ ମହାଦେଇଯୋଡା ଗାଁ ଭଡା ଘରେ ଛାଡି ଦେଇ ଚାଲି ଆସିଥିଲେ। ଏସର୍ମ୍ପକରେ  ପୂର୍ଣ୍ଣିମା ରାଇସୁଆଁ ଥାନାରେ ଅଭିଯୋଗ କରିଥିଲେ। ହେଲେ ତୁମ ଶାଶୁଘର ତେଲକୋଇରେ। ଏଠି କିଛି ହୋଇ ପାରିବ ନାହିଁ କହି ଏବଂ ଆଇନର ପାଠ ପଢାଇ ତେଲକୋଇ ଥାନାକୁ ପଠାଇ ଦେଇଥିଲେ ରାଇସୁଆଁ ପୁଲିସ ।

ତେବେ ତେଲକୋଇ ପୁଲିସ ମଧ୍ୟ ତାଙ୍କ ଅଭିଯୋଗକୁ ରଖି ନଥିବା ପୂର୍ଣ୍ଣିମା ପ୍ରକାଶ କରିଛନ୍ତି । ଆଠ ମାସର ଶିଶୁପୁତ୍ର ଙ୍କୁ ଧରି ଏ ଥାନାରୁ ସେ ଥାନାକୁ ଘୁରି ଘୁରି  ପୀଡିତା ମହିଳା । ତାଙ୍କ ସ୍ବାମୀଙ୍କୁ ତାଙ୍କୁ ଫେରାଇ ଦେବାପାଇଁ ଆକୁଳ ନିବେଦନ କରିଛନ୍ତି ପୂର୍ଣ୍ଣିମା। ସମାଜସେବୀ ମହାମାୟୀ ମାଙ୍କ ସହଯୋଗରେ  ନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ଅଧ୍ୟକ୍ଷାଙ୍କ ହସ୍ତକ୍ଷେପ ପରେ ଅପରାହ୍ନ ୩ଟା ବେଳେ ତେଲକୋଇ ପୁଲିସ ପୀଡିତା ମହିଳାଙ୍କ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

   Related Posts