ମହିଳା ନିଖୋଜ, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ, କହିଲେ- ଝିଅକୁ ଶାଶୁ ଘର ଲୋକେ ଦେଉଥିଲେ ନିର୍ଯ୍ୟାତନା

Published By : Prameya-News7 Bureau | November 09, 2020 IST

ନୀଳଗିରି,୯/୧୧: ଜଣେ ବିବାହିତା ମହିଳାଙ୍କୁ ବାରମ୍ବାର ଶ୍ୱଶୁର ଘର ଲୋକ  ନିର୍ଯ୍ୟାତନା ଦେଇଆସୁଥିବା ବେଳେ ଶେଷରେ ସେ ନିଖୋଜ ହେବା ଓ ବାପ ଘର ଲୋକେ ହତ୍ୟା କରିବା ଅଭିଯୋଗ ଆଣିବା ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସୂଚନାରୁ ପ୍ରକାଶ କି ରେମୁଣା ଥାନା ଅଧିନ ନରହରିପୁର ବାଙ୍ଗରଗାଁ ଗ୍ରାମର ବୁଧୁଆ ବେହେରାଙ୍କ ଝିଅ ପ୍ରମିଳାଙ୍କୁ ନୀଳଗିରି ଥାନା ଅଧିନ କାନପୁର ଗ୍ରାମର ବାବୁରାମ ବେହେରାଙ୍କ ପୁଅ ଦୀପକ ଗର ୨୦୧୯ ମସିହା ମେ ମାସ ୧୨ ତାରିଖରେ ବିବାହ କରିଥିଲେ। ବିବାହ ପରେ ସ୍ବାମୀ,ଶାଶୁ ,ଶ୍ୱଶୁର ,ଦିଅର ବାରମ୍ବାର ପ୍ରମିଳକୁ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ଉଠିଛି ।

ପ୍ରମିଳାଙ୍କ ସ୍ୱାମୀ ଝାରସୁଗୁଡା ବେଦାନ୍ତ ଆଲୁମିନିୟମ କାରଖାନାରେ ଚାକିରୀ କରିଥିବା ବେଳେ ସେ ହଠାତ ଫୋନ କରି ଜଣାଇଥିଲେ ଯେ ପ୍ରମିଳା କୁଆଡେ ପଳାଇଯାଇଛନ୍ତି ବୋଲି। ପ୍ରମିଳାଙ୍କ ମୋବାଇଲ ଛଡାଇ ନେଇଥିବାରୁ ତାଙ୍କୁ ନିର୍ଯ୍ୟାତନା ଦେବା ପରେ କାମକରୁଥିବା ଜଣେ ମହିଳାଙ୍କ ମୋବାଇଲରୁ ଗତ ଗୁରୁବାର ଦିନ ସେ ତାଙ୍କ ମୋବାଇଲ ଆଣି ସମସ୍ତ ଘଟଣା ବାପା ଙ୍କୁ ଜଣାଇଥିଲେ। ପରେ ତାଙ୍କ ସ୍ୱାମୀ ଫୋନ କରି ସେ ସୁଇସାଇଡ଼ କରିଥିବା ଫୋନ କରି କହିବା କେତେବେଳେ କୁଆଡେ ପଳାଇଥିବା କହିବା ନେଇ ପ୍ରମିଳାଙ୍କ ବାପା ଓ ପରିବାର ଲୋକେ ବିବ୍ରତ ହୋଇ ପଡିଛନ୍ତି। ତାଙ୍କ ଝିଅ ଙ୍କୁ ମାରି କୁଆଡେ ଫିଙ୍ଗିଦେଇଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.