ନିଜ ମଥାର ସିନ୍ଦୁର ନିଜେ ପୋଛିବା ଲାଗି ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର, ପୋଲିସ କଲା ଗିରଫ

Published By : Prameya-News7 Bureau | November 02, 2019 IST

ଅମୃତସରା୨/୧୧: ସରକାରୀ ସେବାରେ କାର୍ଯ୍ୟରତ ଜଣେ ମହିଳା ଏମିତି ଏକ ଷଡ଼ଯନ୍ତ୍ର ରଚିଥିଲା ଯାହା ସଂପର୍କରେ ଆପଣ  ଭାବି ପାରିବେ ନାହିଁ। ମହିଳା ନିଜ ମଥାର ସିନ୍ଦୁର ଲିଭାଇ ଲାଗି ତା ପ୍ରେମିକ ସହ ମିଶି ଏଭଳି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା।

ମହିଳା ସ୍ବାମୀଙ୍କୁ ହତ୍ୟା କରିବା ଲାଗି ଦୁଜଜଣ ଯୁବକଙ୍କୁ ୭୦ ହଜାର ଲେଖାଏଁ ଟଙ୍କା ଦେଇଥିଲା।। ତାଙ୍କ ସ୍ବାମୀ ରାସ୍ତାରେ ଯିବା ବେଳେ ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ଲାଗି ମହିଳା ଦୁଇଜଣ ଯୁବକଙ୍କୁ ସୁପାରି ଦେଇଥିଲା। ହେଲେ ଯୁବକ ଦୁଇଜଣ ଟଙ୍କା ନେବା ପରେ ମହିଳା ରଚିଥିବା ଷଡ଼ଯନ୍ତ୍ର ସଂପର୍କରେ ଥାନାରେ କହି ଦେଇଥିଲେ। ମହିଳାଙ୍କ କଳାକାରନାମା ପଦାରେ ପଡ଼ିଯାଇଥିଲା। ଅମୃତସରାରେ ଏଭଳି  ଲଜ୍ଜାଜନକ ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ ମହିଳା ଓ ତାଙ୍କ ସ୍ବାମୀ ଦୁଇଜଣ ସରକାରୀ ଚାକିରି କରିଛନ୍ତି। ତାଙ୍କ ସ୍ବାମୀ ସ୍ବାସ୍ଥ୍ୟ ବିଭାଗରେ ଚାକିରି କରିଛନ୍ତି। ବହୁ ବ୍ୟକ୍ତିଙ୍କଠାରୁ ଅଭିଯୁକ୍ତ ମହିଳା ୧୦ରୁ ୧୨ ଲକ୍ଷ ଭଳି ଟଙ୍କା କରଜ କରିଛନ୍ତି। ଅଭିଯୁକ୍ତ  ମହିଳା କରଜ କରିଥିବା ଟଙ୍କା ବାବଦରେ ତାଙ୍କ ସ୍ବାମୀଙ୍କୁ ଜଣାଇ ନଥିଲା।        ହେଲେ ଅଭିଯୁକ୍ତ ମହିଳାର ସ୍ବାମୀଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ସ୍ବାମୀଙ୍କୁ ହତ୍ୟା କରି ସବୁ ସମ୍ପତ୍ତି ବିକ୍ରି କରି କରଜ ସୁଝିବେ ବୋଲି ମହିଳା ଯୋଜନା କରିଥିଲା । ହେଲେ  ମହିଳାଙ୍କ ସବୁ ଯୋଜନା ଭଣ୍ଡୁର ହୋଇଗଲା। ଏହାପରେ ଅଭିଯୁକ୍ତ ମହିଳା ଓ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.