Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ମଦୁଆ ସ୍ଵାମୀଙ୍କୁ ପତ୍ନୀଙ୍କ ଉଚିତ୍ ଶାସ୍ତି ! ଅଟୋରେ ବାନ୍ଧି ଘୋଷାଡି ନେଲେ, କହିଲେ…

27/02/2021 at 4:46 PM

ସୁରଟ ୨୭।୦୨: ମଦୁଆ ସ୍ଵାମୀଙ୍କୁ ସାବାଡ୍ କରିବା ପାଇଁ ପତ୍ନୀମାନେ ଅନେକ ପ୍ରକାରର ପନ୍ଥା ଆପଣେଇଥାନ୍ତି। କିଏ ମଦ ପିଇବା ଛାଡିଲେ ଏକାଠି ରହିବା କଥା କୁହନ୍ତି ତ, କିଏ ଔଷଧ ଖୁଆଇ ସ୍ଵାମୀଙ୍କୁ ମଦ ପିଇବାର ବଦ୍‌ ଅଭ୍ୟାସ୍‌ଠୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି। ଆପଣ ପେଟେଣ୍ଟ ମେଡିସିନ କଥା ବି ଶୁଣିଥିବେ ଏବଂ ପଢିଥିବେ ମଧ୍ୟ। ହେଲେ ଆପଣ ବୋଧହୁଏ ଏମିତି ଘଟଣା ନା ଶୁଣିଥିବେ ନା  ଜାଣିଥିବେ, ଯେଉଁଠି ଜଣେ ପତ୍ନୀ ନିଜ ମଦୁଆ ସ୍ଵାମୀଙ୍କୁ ଉଚିତ୍ ଶାସ୍ତି ଦେବା ପାଇଁ ତାକୁ ଗାଡିରେ ବାନ୍ଧି ଘୋଷାଇ ଘୋଷାଇ ନେଇଛି। ଏମିତି ଘଟଣା ଗୁଜରାଟର ସୁରଟ୍ ଜିଲ୍ଲା ପଲସାଣା ତହସିଲ ଅନ୍ତର୍ଗତ କଡୋଦରା ଗାଁରେ ଘଟିଛି। ଏହି ଚାଞ୍ଚଲ୍ୟକର ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଶୁକ୍ରବାର ପତ୍ନୀ ଜଣକ ନିଜ ଭାଇ ସହ ମିଶି ସ୍ଵାମୀଙ୍କୁ ଏକ ଓଟୋ ପଛରେ ବାନ୍ଧି ପ୍ରାୟ ଅଧ କିଲୋମିଟର ଘୋଷାଡି ନେଇଛି। ଓଟୋ ଅଟକିବା ପରେ ସ୍ଥାନୀୟ ଲୋକ ଦୁଇ ଅଭିଯୁକ୍ତଙ୍କୁ ମାଡ ମାରି ପୋଲିସ ହାତରେ ହସ୍ତାନ୍ତର କରିଛନ୍ତି। ସ୍ଵାମୀଙ୍କୁ ଗୁରୁତର ଅବସ୍ଥାରେ ସୁରଟର ସ୍ମିମେର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପତ୍ନୀ ଶୀତଲ କହିଛନ୍ତି ଯେ, ସ୍ଵାମୀ ବାଲକୃଷ୍ଣ ଏକ ମିଲ୍‌ରେ ଚାକିରି କରୁଥିଲେ। ତେବେ ସେ ଦିନକୁ ଦିନ ନିଶାଖୋର ହୋଇ ଚାଲିଥିଲେ। ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ ଏବଂ ଛୋଟ ଛୋଟ କଥାରେ ମୋତେ ମାଡ ମାରୁଥିଲେ। ନିତିଦିନ ଏମିତି କଷ୍ଟ ସହିବା ପରେ ମୁଁ ଧୈର୍ଯ୍ୟ ହରାଇ ସାରିଥିଲି। ତେଣୁ ସ୍ଵାମୀଙ୍କୁ ଉଚିତ୍ ଶିକ୍ଷା ଦେବାକୁ ମନସ୍ଥ କରିଥିଲି। ଶୀତଲ ଶୁକ୍ରବାର ଦିନ ଦ୍ଵିପ୍ରହରରେ ଓଟୋଚାଳକ ନିଜ ଭାଇ ଅନିଲଙ୍କୁ ଘରକୁ ଡକାଇଥିଲେ ଏବଂ ବାଲକୃଷ୍ଣଙ୍କୁ ଅଟୋ ପଛପଟେ ବାନ୍ଧି ଘୋଷାଡି ଥିଲେ।

   Related Posts