Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆସନ୍ତାକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

28/11/2021 at 8:18 PM

ନୂଆଦିଲ୍ଲୀ ୨୮।୧୧: ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ ।  ତା ଆଗରୁ ଆଜି ବସିଛି ଆଜି ସର୍ବଦଳୀୟ ବୈଠକ।  ଏଥିରେ ୩୧ ଟି ରାଜନୈତିକ ଦଳ ଯୋଗ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇନାହାନ୍ତି।  ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସର୍ବଦଳୀୟ ବୈଠକରେ ଅନେକ ପରାମର୍ଶ ଆସିଛି, ନିୟମ ଅନୁଯାୟୀ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

ବୈଠକରେ ଏମ୍‌ଏସ୍‌ପି ଏବଂ ପ୍ରାଣ ହରାଇଥିବା କୃଷକଙ୍କ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି । ସର୍ବଦଳୀୟ ବୈଠକରେ ତୃଣମୂଳ କଂଗ୍ରେସ ସାଂସଦ ବୈଠକରେ ତୈଳଦର, ଏମ୍‌ଏସ୍‌ପି, ପେଗାସସ୍, କୋଭିଡ୍ ସ୍ଥିତି ଏବଂ ମହିଳା ଆରକ୍ଷଣ  ବିଲ୍ ଭଳି ୧୦ଟି ପ୍ରସଙ୍ଗ ଉଠାଇଥିଲା । ତେବେ ଆମ ଆଦମୀ ପାର୍ଟି ବୈଠକରୁ ୱାକଆଉଟ୍ କରିଥିଲା । ଗୃହରେ ନିଜ ମତ ରଖିବାକୁ ସୁଯୋଗ ଦିଆଯାଉନଥିବା ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି ।

ଶୀତ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଆଣିବେ ସରକାର। ଏହା ସହ ଅଧିବେଶନରେ ୨୬ ଟି ଅନ୍ୟ ବିଲ ମଧ୍ୟ ଆସିବ । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ  ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଦରଦାମ ବୃଦ୍ଧି ଏବଂ MSP ଗାରେଣ୍ଟି ଭଳି ପ୍ରସଙ୍ଗ ଉଠାଇବ କଂଗ୍ରେସ । ଓଡିଶାର ଆଇନଶୃଙ୍ଖଳା ବ୍ୟବସ୍ଥା,  କୋଟିଆ ଏବଂ  ମମିତା ମେହେର ହତ୍ୟା ମାମଲା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ମଧ୍ୟ ଉଠାଇବାକୁ କଂଗ୍ରେସ ସାଂସଦ ଅଣ୍ଟା ଭିଡୁଛନ୍ତି ।

ସେହିପରି ରାଜ୍ୟକୁ ଫୋକସ୍ ଷ୍ଟେଟର ମାନ୍ୟତା, ମହିଳା ସଂରକ୍ଷଣ ବିଲ୍,  ଫସଲ ବୀମା ଏବଂ MSP ଗ୍ୟାରେଣ୍ଟି ପ୍ରସଙ୍ଗ ଉଠାଇବ ବିଜେଡି । ସରକାର ସବୁ ପ୍ରସଙ୍ଗରେ ବିରୋଧୀ ଦଳ ସହିତ ଆଲୋଚନା ପାଇଁ ରାଜି, ତେବେ ଅଧିବେଶନ ଚାଲିବା ପାଇଁ ସମସ୍ତେ ସହଯୋଗ କରିବା ଉଚିତ ବୋଲି ଜୁଏଲ ଓରାମ କହିଛନ୍ତି। କେନ୍ଦ୍ର ସରକାର ରାଜ୍ୟର ବଳକା ଉଷୁନା ଚାଉଳକୁ କେନ୍ଦ୍ର ସରକାର କିଣିବା ପ୍ରସଙ୍ଗକୁ ବିଜେଡି ସଂସଦରେ ଉଠାଇବ ବିଜେଡି ।

   Related Posts