ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ ତାଙ୍କ ପତ୍ନୀ ୨୭ବର୍ଷ ସାନ, ଜାଣନ୍ତୁ କିଏ
16/10/2019 at 10:23 AM

ନୂଆଦିଲ୍ଲୀ୧୬|୧୦: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଛି। କର୍ଣ୍ଣାଟକରେ ସରକାର ଗଠନ କରିବା ପାଇଁ ସ୍ବୀମୀଙ୍କୁ ବହୁ ଅସୁବିଧା ସମ୍ମୁଖୀନ କରିବା ପାଇଁ ପଡ଼ିଥିଲା। କିନ୍ତୁ କୁମାର ସ୍ବାମୀଙ୍କ ପତ୍ନୀଙ୍କ ବୟସକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କନ୍ନଡ ପିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରାଧିକାଙ୍କୁ କୁମାର ସ୍ବାମୀ ବିବାହ କରିଛନ୍ତି।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନଧରି ରାଧିକାଙ୍କ ସହ ତାଙ୍କର ଆଫେୟାର ଥିଲା। ଏମାନଙ୍କ ଆଫେୟାର ସଂପର୍କରେ କେହି ଜାଣି ନଥିଲେ। ଦ୍ବିତୀୟ ପତ୍ନୀ ଭାବେ ରାଧିକାକୁ କୁମାର ସ୍ବାମୀ ଗ୍ରହଣ କରିଛନ୍ତି। ୨୦୦୬ ମସିହାରେ ସେ ଗୁପ୍ତ ଭାବରେ ବିବାହ କରିଥିଲେ। କିନ୍ତୁ ଏବେ କୁମାର ସ୍ବାମୀ ତାଙ୍କ ପ୍ରଥମ ପତ୍ନୀଙ୍କ ସହ ରହୁଛନ୍ତି।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ୨ ଜଣଙ୍କୁ ବିବାହ କରିଛନ୍ତି। କିନ୍ତୁ ଦୁଇଜଣ ପତ୍ନୀଙ୍କ ବୟସରେ ବହୁ ପାର୍ଥକ୍ୟ ରହିଛି। ତେବେ କୁମାର ସ୍ବାମୀଙ୍କ ପ୍ରଥମ ପତ୍ନୀ ଅନିତା ୧୯୫୯ ମସିହା ଡିସେମ୍ବର ୧୬ ତାରିଖରେ ଜନ୍ମ ହୋଇଥିଲେ। ଏବେ ଅନୀତାଙ୍କ ବୟସ ୫୯ ବର୍ଷ। ସେହିପରି ଦ୍ବିତୀୟ ପତ୍ନୀ ରାଧିକା ୧୯୮୬ ମସିହା ନଭେମ୍ବର ମାସରେ ଜନ୍ମ ହୋଇଥିଲେ । ଏବେ ରାଧିକାଙ୍କ ବୟସ ମାତ୍ର ୩୨ ବର୍ଷ। ହେଲେ ୧୯୫୯ ମସିହା ଡିସେମ୍ବର ମାସରେ କୁମାର ସ୍ବାମୀ ଜନ୍ମ ହୋଇଥିଲେ। ଏବେ କୁମାର ସ୍ବାମୀଙ୍କ ବୟସ ୫୯ ବର୍ଷ। ପ୍ରଥମ ପତ୍ନୀ ରାଧିକାଙ୍କ ଠାରୁ କୁମାର ସ୍ବୀମୀ ୨୭ ବର୍ଷ ବଡ଼।