Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଜିମ୍ ଟ୍ରେନରର ପ୍ରେମରେ ପଡ଼ିଲେ ମ୍ୟାନେଜରଙ୍କ ପତ୍ନୀ :ସ୍ବାମୀକୁ ରାସ୍ତାରୁ ହଟାଇବା ପାଇଁ ସୁପାରି ଦେଲେ ପତ୍ନୀ, ୩ଗିରଫ

13/08/2019 at 3:45 PM

ନୋଏଡ଼ା ୧୩/୮: ଜିମ୍ ଟ୍ରେନରର ପ୍ରେମରେ ପଡ଼ିଥିବା ମାର୍କେଟିଙ୍ଗ ମ୍ୟାନେଜରଙ୍କ ପତ୍ନୀ ନିଜ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ପ୍ରେମିକକୁ ସୁପାରି ଦେଇଥିଲା। ପୋଲିସ୍ ଦିଲ୍ଲୀ ସ୍ଥିତ ଘରୁ ମହିଳା ଏବଂ ତାଙ୍କ ପ୍ରେମିକ ଏବଂ ପ୍ରେମିକଙ୍କ ସାଙ୍ଗକୁ ଗତ ରବିବାର ସନ୍ଧ୍ୟାରେ ଗିରଫ କରିଥିଲା। ଅଭିଯୁକ୍ତଙ୍କ ପାଖରୁ ପିସ୍ତଲ ଏବଂ ବାଇକ୍ ଜବତ କରାଯାଇଛି। ପୋଲିସ୍ ୩ଜଣଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ୍ ପଠାଇ ଦେଇଛି। ଏସଏସପି ପ୍ରେସ୍ କନଫରେନ୍ସ ଡକାଇ କହିଥିଲେ ଯେ ଜୁଲାଇ ୨୩ତାରିଖରେ ଗ୍ରେଟର ନୋଏଡ଼ାରେ ତିଳପତା ପାଖରେ ୧୩୦ମିଟର ଦୂରରେ ରୋଡ଼ ସ୍ଥିତ ଓସିସ୍ ଭେନେସିଆ ହାଇଟ୍ସ ବିଲ୍ଡର ମାର୍କେଟିଙ୍ଗ ମ୍ୟାନେଜର ବୁରାରୀ ବାସିନ୍ଦା ରାଜୀବ କୁମାରଙ୍କୁ ବାଇକରେ ଯାଉଥିବା ଦୁଇ ଜଣ ମୁଖା ପିନ୍ଧିଥିବା ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ। ଏହି ସମୟରେ ରାଜୀବ ଗାଡ଼ିରୁ ଓହ୍ଲାଉଥିଲେ। ମ୍ୟାନେଜରଙ୍କୁ ଚାରି ରାଉଣ୍ଡ ଗୁଳି ବାଜିଥିଲା। ଆହତ ମ୍ୟାନେଜରଙ୍କ ଚିକିତ୍ସା ନୋଏଡ଼ାର କୈଳାଶ ହସ୍ପିଟାଲ​ରେ ଚାଲିଛି।

ଯାଞ୍ଚ ପରେ ଏହି ମାମଲାରେ ମ୍ୟାନେଜରଙ୍କ ପତ୍ନୀ ଶିଖା,ତାଙ୍କ ପ୍ରେମିକ ରୋହିତ କଶ୍ୟପ ଏବଂ ରୋହନଙ୍କୁ ଗିରଫ କରାଯାଇଛି।


ଏସଏସପିଙ୍କ କହିବାନୁସାରେ ମ୍ୟାନେଜରଙ୍କ ପତ୍ନୀ ଶିଖା ଦିଲ୍ଲୀର ଏକ ଜିମରେ ଓ୍ବାର୍କଆଉଟ କରିବାକୁ ଯାଉଥିଲେ। ଶିଖା ଜିମ୍ ଟ୍ରେନର ରୋହିତଙ୍କୁ ଭଲ ପାଇ ବସିଥିଲେ। ବର୍ଷେ ପୂର୍ବରୁ ରୋହିତ ଏଠାରେ ଜିମ୍ ଟ୍ରେନର ହୋଇଥିଲେ। ଏହା ପୂର୍ବରୁ ସେ ଭିଓ୍ବାଡ଼ିରେ ଜିମ୍ ଟ୍ରେନର ଥିଲେ। ରୋହିତଙ୍କୁ ପାଇବା ପାଇଁ ଶିଖା ତାଙ୍କ ସ୍ବାମୀଙ୍କୁ ନିଜ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ସେ ତାଙ୍କ ସ୍ବାମୀଙ୍କୁ ମାରିବା ପାଇଁ ପ୍ରେମିକଙ୍କୁ ଲକ୍ଷେ ୧୦ହଜାର ଟଙ୍କାର ସୁପାରୀ ଦେଇଥିଲେ। ରୋହିତ ନିଜେ ତାଙ୍କୁ ମାରିବା ପାଇଁ ଯୋଜନା କରିଥିଲା ଏବଂ ଅଲିଗଡ଼ରୁ ଜଣେ ପରିଚିତ ବ୍ୟକ୍ତିଠୁ ପିସ୍ତଲ କିଣି ଆଣିଥିଲେ। ରୋହିତ ତା’ର ଜଣେ ସାଙ୍ଗ ରୋହନକୁ ପଇସା ଲୋଭ ଦେଖାଇଥିଲା ଏବଂ ମ୍ୟାନେଜରଙ୍କ ଉପରକୁ ଗୁଳି ମାଡ଼ କରିଥିଲା।

   Related Posts