Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସ୍ଵାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ, କହିଲେ- ସୁନ୍ଦରୀ ଯୁବତୀ ଯୋଗାଇ ଦେବା ନାଁରେ ଲୋକଙ୍କୁ ଚୂନ ଲଗାଉଛନ୍ତି

26/05/2021 at 7:22 PM

ଭୁବନେଶ୍ଵ ୨୬।୦୫ : ସ୍ୱାମୀ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ । ସାଇବର ଠକେଇ ସହ ତାଙ୍କ ସ୍ଵାମୀ ଏସକର୍ଟ ସର୍ଭିସ୍‌ ଚଳାଉଛନ୍ତି। ଏମିତି ସ୍ଵାମୀ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ। ଘଟଣାର ସତ୍ୟତା ନେଇ ଯାଞ୍ଚ ଚାଲିଥିବା ପୁଲିସ ସୂଚନା ଦେଇଛି । ଲୋପାମୁଦ୍ରା ପାତ୍ର ନାମ୍ନୀ ଏହି ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଏକାଧିକ ଅନ୍‌ଲାଇନ୍‌ ୱେବ୍‌ସାଇଟ୍‌ କରିଛନ୍ତି । ଏଥିରେ ଏସ୍‌କର୍ଟ ସର୍ଭିସର ବିଜ୍ଞାପନ ଦିଅନ୍ତି । ଉକ୍ତ ୱେବ୍‌ସାଇଟ୍‌ରେ କିଛି ସୁନ୍ଦର ତରୁଣୀଙ୍କ ଫଟୋ ଅପଲୋଡ୍‌ କରାଯାଏ। ଅନ୍‌ଲାଇନ୍‌ରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଗ୍ରାହକ ଯୋଗାଯୋଗ କରନ୍ତି । ଏଥିପାଇଁ ଅନଲାଇନରେ ଦର ଛିଡ଼େ । ସୁନ୍ଦରୀ ଲଳନା କେଉଁଠି ସମୟ କାଟିବେ ଏ ନେଇ ହ୍ୱାଟ୍‌ସ ଆପରେ ଗ୍ରାହକଙ୍କ ସହ ଯୋଗାଯୋଗ କରାଯାଏ ।

ସେ ଆହୁରି କହିଛନ୍ତି, କିଛି ବଛା ବଛା ଭିଆଇପି ଗ୍ରାହକଙ୍କ ସୁରକ୍ଷା ପାଇଁ ବଡ଼ ହୋଟେଲ ଓ ଓୟୋ ଗେଷ୍ଟହାଉସ ରହିଛି । ଯେଉଁଠି ଇଚ୍ଛା ମୁତାବକ ଯୁବତୀ ଥିବା ତାଙ୍କ ସ୍ୱାମୀ ଗ୍ରାହକଙ୍କୁ କୁହନ୍ତି । କିଛି ଯୁବତୀଙ୍କ ସହ ଫୋନ୍‌ରେ କଥା କରାଇ ଅଗ୍ରୀମ ଟଙ୍କା ମଗାନ୍ତି । ଅନ୍‌ଲାଇନ୍‌ ଯୋଗେ ଟଙ୍କା ନେଣଦେଣ କରିବା ବେଳେ ଗ୍ରାହକଙ୍କଠାରୁ ଓଟିପି ପାଇଥାନ୍ତି । ପରେ ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ପୋଛି ନିଅନ୍ତି । ଲୋପାମୁଦ୍ରା ଡିସିପି ଅଫିସରେ ଏମିତି ଅଭିଯୋଗ କରିବା ସହ ସ୍ୱାମୀଙ୍କ କାରନାମାର ସମସ୍ତ ତଥ୍ୟ ପ୍ରମାଣ ଦେଇଛନ୍ତି । ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲାଉଥିବା ତମାଣ୍ଡୋ ଅଞ୍ଚଳର ଜଣେ ଦଲାଲ ତାଙ୍କ ସ୍ୱାମୀଙ୍କୁ ଏସବୁ କାମରେ ସହଯୋଗ କରନ୍ତି ବୋଲି ସେ କହିଛନ୍ତି ।

ସେପଟେ ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଲୋପାମୁଦ୍ରା ପୂର୍ବରୁ ଖଣ୍ଡଗିରି ଥାନା ଓ ମହିଳା ଥାନାରେ ଅଭିଯୋଗ କରିଥିଲେ । ଖଣ୍ଡଗିରି ଥାନା ପୁଲିସ କହିଛି, ଅଭିଯୋଗ ସତ୍ୟାସତ୍ୟ ନେଇ ଯାଞ୍ଚ ଚାଲିଛି । ସ୍ୱାମୀ-ସ୍ତ୍ରୀ ଉଭୟେ ଅଧିକାଂଶ ସମୟ ବାଲୁଗାଁରେ ରୁହନ୍ତି । ସ୍ୱାମୀଙ୍କ ଘର ଭଙ୍ଗାରୁଜା ନେଇ ମହିଳାଙ୍କ ନାମରେ ବାଲୁଗାଁ ଥାନାରେ ଅଭିଯୋଗ ଅଛି । ୨୦୧୯ରେ ମହିଳା ଜଣକ ସ୍ୱାମୀଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ନିର୍ଯାତନା ଅଭିଯୋଗ କରିଥିଲେ । କିନ୍ତୁ ପରେ ଆପୋଷ ବୁଝାମଣା ହୋଇଥିଲା ।

   Related Posts