ମିଳନରେ କରୋନା ବାଧକ : ସ୍ତ୍ରୀ ଆସିପାରିଲେନି, ସ୍ବାମୀ କରିଦେଲେ ଆତ୍ମହତ୍ୟା
10/04/2020 at 6:30 PM

ଗୋଣ୍ଡା୧୦.୦୪– କରୋନା ଏବେ ସାରା ସଂସାରକୁ ଉଚ୍ଛନ୍ନ କରିଦେଲାଣି । ଜୀବନ ଯାଉଛି, ଯନ୍ତ୍ରଣା ବଢୁଛି । ଲକ୍ଡାଉନରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ । ଏପରି ସ୍ଥିତିରେ କରୋନା କାରଣରୁ ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଏବଂ ଦୁଃଖଦ ଘଟଣା । ଲକ୍ଡାଉନ ଯୋଗୁଁ ସ୍ତ୍ରୀ ଫେରି ନପାରିବାରୁ ସ୍ବାମୀ ଜୀବନ ହାରିଦେଲେ । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏହି ଘଟଣାଟି ଘଟିଛି ।
ଗୋଣ୍ଡା ଜିଲ୍ଲାର ରାକେଶ ସୋନୀ ନାମକ ୩୨ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା ପରେ ଆସିଛି ଖବର । ରାକେଶ ବିବାହିତ। ତାଙ୍କ ପରିବାର କହିଲେ ସେ ଓ ତାଙ୍କ ପତ୍ନୀ ।କିଛି ଦିନ ତଳେ ରାକେଶଙ୍କ ପତ୍ନୀ ତାଙ୍କ ବାପଘରକୁ ଯାଇଥିଲେ। ତା ପରେ ପରେ ଲକ୍ଡାଉନ ଜାରି ହେଲା । ଗାଡ଼ି ଚଳାଚଳ ବନ୍ଦ ହୋଇଯିବାରୁ ରାକେଶଙ୍କ ପତ୍ନୀ ବାପଘରେ ଅଟକିଗଲେ ।
ଏପଟେ ରାକେଶ ତାଙ୍କୁ ବାରମ୍ବାର ଫୋନ୍ କରି ବ୍ୟତିବ୍ୟସ୍ତ ହେଉଥିଲେ । ତାଙ୍କୁ ଝୁରି ହେଉଥିବା କହୁଥିଲେ । କିନ୍ତୁ ପତ୍ନୀ ଫେରିପାରୁ ନଥିଲେ ।ଏଣେ ଏକାକୀ ଥିବା ରାକେଶ ସବୁବେଳେ ବ୍ୟସ୍ତ , ବିବ୍ରତ ଏବଂ ବିଚଳିତ ରହୁଥିଲେ ।ଏତିକି ବେଳେ ଲକ୍ଡାଉନ ସମୟ ବୃଦ୍ଧି ହେବା ଆଶଙ୍କା ତାଙ୍କୁ ଆହୁରି ବିବ୍ରତ କରୁଥିଲା । ସେ ତାଙ୍କ ଘରେ ସିଲିଂ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ । ସେ ମାନସୀକ ଚାପରୁ ଏପରି କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ଅପମୁତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।