Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଭୁତପ୍ରେତ ଭୟ: ଫ୍ଲାଟ୍ ଦାମରେ ବିକ୍ରି ହେଉଛି ପ୍ରାଇଭେଟ୍ ବିଚ୍ ସହ ପୁରା ଗାଁ

5/07/2021 at 8:59 PM

ନୂଆଦିଲ୍ଲୀ ୦୫/୦୭ : ଦୁନିଆରେ ଏମିତି ଅନେକ ଜାଗା ଅଛି ଯାହାର ରହସ୍ୟ ବୁଝିବା ବହୁତ ମୁସ୍କିଲ। ଏକ ପ୍ରାଚୀନ ସ୍କଟିଶ ଗାଁ ଅଛି ଯାହାକୁ ନେଇ ଭୁତପ୍ରେତ କାହାଣୀ ପ୍ରଚଳିତ। ଭୁତ ପ୍ରେତ ଯୋଗୁଁ ସେହି ଗାଁରେ କେହି ବସବାସ କରନ୍ତିନି। ପ୍ରେତବାଧିତ କୁହାଯାଉଥିବା ଏହି ଗାଁ ବର୍ତ୍ତମାନ କୋଟିଏ ଟଙ୍କାରେ ବିକ୍ରି ହେବାକୁ ପ୍ରସ୍ତୁତ।

ଏହି ପ୍ରାଚୀନ ସ୍କଟିଶ ଗାଁ ୧୭୩୦୦୦ ଆମେରିକୀୟ ଡଲାର (ପ୍ରାୟ ୧ କୋଟି ୨୮ ଲକ୍ଷ ଟଙ୍କା)ରେ କିଣି ହେବ। ତେବେ ଆଶ୍ଚର୍ଯ୍ୟର କଥା ହେଲା ସ୍କଟଲ୍ୟାଣ୍ଡର ଅନେକ ସହରରେ ଗୋଟିଏ ଫ୍ଲାଟର ଦାମ ଏହାଠାରୁ ଅଧିକ ରହିଛି।

ରିପୋର୍ଟ ଅନୁଯାୟୀ, ଓଲ୍ଡ ଭିଲେଜ ଅଫ ଲର୍ସ ପର୍ଥସାୟରରେ ଲୋଚ ତାଇ ତଟରେ ସ୍ଥିତ ଏହି ଗାଁ ୩.୩୧ ଏକର କ୍ଷେତ୍ରରେ ରହିଛି। ଏହି ଗାଁ ସହ ଆପଣଙ୍କୁ ପ୍ରାଇଭେଟ ବିଚ ମଧ୍ୟ ମିଳିବ। ଏହାସହ ମାଛ ଧରିବା ଅଧିକାର ମଧ୍ୟ ମିଳିବ କିନ୍ତୁ ଭୁତପ୍ରେତର ମୁକାବିଲା ପାଇଁ ଆପଣଙ୍କୁ ଏଠାରେ ପ୍ରସ୍ତୁତ ରହିବାକୁ ପଡିବ।

ଓଲ୍ଡ ଭିଲେଜରେ ୧୭ ଶତାବ୍ଦୀର ଖଣ୍ଡହର ଅଛି। କୁହାଯାଏ ଯେ ହାଉସ ଅଫ ଲାୟର୍ସ ଏମିତି ଏକ ସ୍ଥାନ ଯେଉଁଠାରେ ଲେଡି ଅଫ ଲର୍ସଙ୍କ ଘର ଥିଲା। ଲର୍ସଙ୍କ ଆତ୍ମା ଏବେ ବି ଗାଁରେ ବୁଲୁଛି ବୋଲି କୁହାଯାଏ। ଲେଡି ଅଫ ଲର୍ସଙ୍କୁ ତାଙ୍କ ଭବିଷ୍ୟବାଣୀ ପାଇଁ ସ୍ମରଣ କରାଯାଏ ଯାହା ସତ ପ୍ରମାଣିତ ହୋଇଥିଲା। ଏହି ଗାଁକୁ ସେସାତହାତ ୨୦୧୬ ମସିହାରେ £100,000 ରେ ବିକ୍ରି କରାଯାଇଥିଲା। ଏବେ ପୁଣି ଏହି ଗାଁକୁ ବିକ୍ରି କରାଯାଉଛି।

   Related Posts