Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କାରରେ ଥିବା ପାଣି ବୋତଲ ପାଲଟିଲା ମୃତ୍ୟୁର କାରଣ, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

5/12/2021 at 10:03 PM

ନୂଆଦିଲ୍ଲୀ ୦୫/୧୨ : ପାଣି ବୋତଲ ହେଲା ମୃତ୍ୟର କାରଣ । ଦିଲ୍ଲୀର ଜଣେ ଇଞ୍ଜିନିୟର ତାଙ୍କ ସାଙ୍ଗଙ୍କ ସହିତ କାରରେ ଯାଉଥିବା ବେଳେ କାରଟି ଏକ ଟ୍ରକ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି ।

ଘଟଣାରୁ ପ୍ରକାଶ ଯେ ଦିଲ୍ଲୀରେ ରହୁଥିବା ଇଞ୍ଜିନିୟର ଅଭିଷେକ ଝା ତାଙ୍କ ସାଙ୍ଗ ସହିତ ଗ୍ରେଟର ନୋଏଡ଼ା ଅଭିମୁଖେ ଯାଉଥିଲେ । ଏହି ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ କାରଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଅଭିଷେକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର କାରଣ ଗୋଟିଏ ପାଣି ବୋତଲ ବୋଲି ପୋଲିସ ସ୍ପଷ୍ଟ କରିଛି।

ପୋଲିସ କହିଛି ଅଭିଷେକ କାର ଚଲାଇବା ସମୟରେ ସେ ବସିଥିବା ସିଟ୍ ପଛରେ ଏକ ପାଣି ବୋତଲ ଥିଲା। ଯେତେବେଳେ ଟ୍ରକକୁ ହଠାତ ଅଭିଷେକ ନିଜ ସାମ୍ନାରେ ଦେଖିଲେ ବ୍ରେକ୍ ମାରି ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେହି ପାଣି ବୋତଲଟି ଖସି ବ୍ରେକ ପ୍ୟାଣ୍ଡେଲର ପଛ ପାଖେ ରହିଯାଇଥିବାରୁ ବ୍ରେକ ଲାଗିନଥିଲା । ଫଳରେ କାରଟି ଟ୍ରକକୁ ଜୋରରେ ଧକ୍କା ଦେଇଥିଲା । ୧୪୪ ନମ୍ବର ସେକ୍ଟର ପାଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି ପୋଲିସ କହିଛି। ମୃତକ ଅଭିଷେକ ଗ୍ରେଟର ନୋଏଡ଼ାର ଏକ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ।

   Related Posts