କରୋନାକୁ କାବୁ କରିବା ପାଇଁ ଆସୁଛି ଆଉ ୫ ନୂଆ ଟିକା, ଗୋଟିଏକୁ ୧୦ ଦିନରେ ମିଳିପାରେ ମଞ୍ଜୁରୀ

Published By : Prameya-News7 Bureau | April 11, 2021 IST

ନୂଆଦିଲ୍ଲୀ ୧୧।୦୪: ଦେଶର ଅନେକ ରାଜ୍ୟରେ କରୋନା ଟିକାର ଅଭାବ ନେଇ ଉଠୁଥିବା ଅଭିଯୋଗ ମଧ୍ୟରେ ଆସିଛି ଏକ ଆଶ୍ଵସ୍ତିକର ଖବର। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ଆଉ ପାଞ୍ଚଟି ଟିକା ମିଳିପାରେ। ଏଥିରେ ଭାକସିନର ଅଭାବକୁ ପୂରଣ କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ, ଦେଶରେ ବର୍ତ୍ତମାନ କରୋନା ଭାଇରସ୍‌ ପାଇଁ ଦୁଇଟି ଟିକା କୋଭିସିଲ୍‌ଡ ଓ କୋଭାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଏହି ଦୁଇଟି ଟିକାର ପ୍ରସ୍ତୁତି ଭାରତରେ ହେଉଛି।

ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ର ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ କରୋନାର ଆଉ ପାଞ୍ଚଟି ଟିକା ପ୍ରସ୍ତୁତ ହୋଇପାରେ। ଏହି ପାଞ୍ଚଟି ଟିକାରେ ସ୍ପୁଟୋନିକ ଭି, ଜନସନ ଆଣ୍ଡ ଜନସନ ଭାକସିନ, ନୋଭାକ୍ସ ଭାକସିନ(ସିରମ ଇଣ୍ଡିଆ ସହ ମିଶି), ଜାଇଜସ କାଡିଲା ଟିକା ଓ ଭାରତ ବାୟୋଟେକର ଇଣ୍ଟ୍ରାନାଜାଲ ସାମିଲ।

ସୂଚନା ମୁତାବକ, ଦେଶରେ ପ୍ରାୟ ୨୦ ଟିକା କ୍ଲିନିକଲ ଓ ପ୍ରି କ୍ଲିନିକଲ ଟ୍ରାଏଲରେ ରହିଛି। ଏହି ସବୁ ଟିକା ମଧ୍ୟରୁ ସ୍ପୁଟୋନିକ ଭି ପ୍ରଥମରେ ରହିଛି। ଆଶା କରାଯାଉଛି ୧୦ ଦିନ ଭିତରେ ଭାରତରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଟିକାର ୮୫୦ ମିଲିୟନ ଡୋଜ୍‌ର ଉତ୍ପାଦନ ପାଇଁ ଦେଶର ଅନେକ କମ୍ପାନୀ ସହିତ ଚୁକ୍ତିନାମା ହୋଇଛି।

ସ୍ପୁଟୋନିକ ଭି ଟିକା ସୁନ ଶେଷ ସୁଦ୍ଧା ଦେଶରେ ଉପଲବ୍ଧ ହେବାର ଆଶା ରହିଛି। ସେହି ପରି ଜନସନ ଓ ଜନସନ ଏବଂ କାଡିଲା  ଜାଇଡସ୍ ଟିକା ଅଗଷ୍ଟ ଶେଷ ସୁଦ୍ଧା ଉପଲବ୍ଧ  ହୋଇପାରେ। ନୋଭାକ୍ସ ସେପ୍ଟେମ୍ବର ଓ ଇଣ୍ଟ୍ରାଜାନାଲ ଅକ୍ଟୋବର ସୁଦ୍ଧା ଉପଲବ୍ଧ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.