ପ୍ରତୀକ୍ଷାର ଅନ୍ତ, ସାମ୍ନାକୁ ଆସିଲା ଏସଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'RRR'ର ରିଲିଜ୍ ଡେଟ୍

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫।୦୧: ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'RRR'ର ରିଲିଜ୍ ଡେଟ୍‌ ଘୋଷଣା ହୋଇ ଯାଇଛି। ଦକ୍ଷିଣର ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଅଭୀନିତ 'RRR' ଏବେ ଦଶହରାରେ ସିନେମା ଘରକୁ ଆସିବ। ଫିଲ୍ମ ୨୦୨୧ ଅକ୍ଟୋବର ୧୩ ତାରିଖ ରିଲିଜ୍ ହେବ। ଏହାର ସୂଚନା ଆଲିଆ ଭଟ୍ଟ ସୋମବାର ସାମାଜିକ ଗଣମାଧ୍ୟମରେ ଫିଲ୍ମର ନୂତନ ପୋଷ୍ଟର ସେୟାର କରି ଫିଲ୍ମ ରିଲିଜ୍‌ର ଘୋଷଣା କରିଛନ୍ତି। ରାମଚରଣ ଏବଂ ଜୁନିୟର ଏନଟିଆରଙ୍କ ବ୍ୟତୀତ ଅଜୟ ଦେବଗନ, ଶ୍ରୀୟା ସରନ ଓ ଆଲିଆ ଭଟ୍ଟ ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ।

ଆଲିଆ ଭଟ୍ଟ ପୋଷ୍ଟର ସେୟାର କରି ଲେଖିଛନ୍ତି, 'RRR' ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଅକ୍ଟୋବର ୧୩ରେ ସିନେମାଘରକୁ ଆସୁଛି ଏହି ବହୁ ପ୍ରତୀକ୍ଷିତ ଫିଲ୍ମ। ଫିଲ୍ମର ନିର୍ମାତା ଡିଭିଭି ଦାନୟା କହିଛନ୍ତି, ଫିଲ୍ମର ସୁଟିଂ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ଫିଲ୍ମ ଦର୍ଶକଙ୍କ ସାମ୍ନାରେ ଆଣିବାକୁ ଆମେ ଚାହିଁ ରହିଛୁ  ଅଛୁ। ଆମେ ଦର୍ଶକଙ୍କ ସହିତ ସିନେମାଘରେ ଦଶହରା ପରି ବଡ ଉତ୍ସବ ପାଳନ ପାଇଁ ଉତ୍ସାହିତ ଅଛୁ।

wp:html /wp:html

ଫିଲ୍ମ ଡିଭିଭି ଏଣ୍ଟରଟେନମେଣ୍ଟ୍ସର ବ୍ୟାନରରେ ନିର୍ମିତ  ହେଉଛି। ପ୍ରଥମେ ଏହି ଫିଲ୍ମ ୨୦୨୧ ଜାନୁଆରୀ ୮ରେ ରିଲିଜ୍  ହେବାର ଥିଲା। ମାତ୍ର କରୋନା ଭାଇରସ୍ ଓ ଲକ୍‌ଡାଉନ୍ କାରନରୁ ଏହି ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଇବାକୁ ପଡିଛି।

ରାଜାମୌଲିଙ୍କ ଏହି ଷ୍ଟାରର ଫିଲ୍ମ 'RRR' ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ ଓ କନ୍ନଡ ଭାଷାରେ ରିଲିଜ୍ ହେବ। ବାହୁବଳୀ ପରି ସୁପରହିଟ୍ ସିରିଜ୍‌ ତିଆରି କରିଥିବା ରାଜାମୌଲିଙ୍କ 'RRR' ୪୫୦ କୋଟି ବିଗ୍ ବଜେଟ୍‌ରେ ତିଆରି ହେଉଛି। ବାହୁବଳୀ ୨- ଦ କନକ୍ଲୁଜନ ପରେ ରାଜାମୌଲି ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.