Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ରେଳ ଷ୍ଟେଶନରେ ‘ଯାତ୍ରୀଗଣ କୃପୟା ଧ୍ୟାନ ଦେଁ’ ବୋଲି କହି ଟ୍ରେନ ସମ୍ପର୍କରେ ସୂଚନା ଦେଉଥିବା ମହିଳା ଜଣକ କିଏ ଜାଣନ୍ତି କି?

18/08/2019 at 4:57 PM

ଏମିତି ଏକ ଶବ୍ଦ ଯାହା ସବୁବେଳେ ଷ୍ଟେଶନରେ  ଶୁଣାଯାଉଥାଏ…ରେଳ ଷ୍ଟେସନରେ ଏହି ଶବ୍ଦ ଶୁଣି ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଏ। ହଠାତ୍‌ ଏହି ଶବ୍ଦ ଶୁଣି ଅନେକ ଲୋକ ଏହି ଅଜଣା ମହିଳାଙ୍କ କଥା ଉପରେ ଧ୍ୟାନ ଦିଅନ୍ତି। “ୟାତ୍ରୀ ଗଣ କୃପୟା ଧ୍ୟାନ ଦେଁ”… ଏହି ସୁନ୍ଦର କଣ୍ଠସ୍ବର କାହାର ତାହା କେହି ଜାଣିନଥାନ୍ତି।

ଏହି ସ୍ବର ହେଉଛି ସରଲା ଚୌଧରୀଙ୍କର। ବହୁତ କମ ଲୋକ ଏମିତି ଥିବେ ଯିଏ ରେଲୱେ ଷ୍ଟେସନରେ ସରଲାଙ୍କର ଏହି ସ୍ବର ଶୁଣିନଥିବେ। ୫୧ ବର୍ଷ ବୟସ୍କା ସରଲା ଆଜି ମଧ୍ୟ ରେଳ ବିଭାଗରେ କାମ କରନ୍ତି। ତାଙ୍କ ନାଁ ଭଳି ସେ ମଧ୍ୟ ଖୁବ ସରଳ ସ୍ବଭାବର ମହିଳା। ତେବେ ସରଲା କେମିତି ଭାରତୀୟ ରେଲୱେର ସ୍ବର ହେଲେ ଜାଣନ୍ତୁ।

ସରଲାଙ୍କ ପିତା ପ୍ରଥମରୁ ରେଲୱେ ଷ୍ଟେସନର କର୍ମଚାରୀ ଥିଲେ। ଦିନେ ତାଙ୍କ ବାପାଙ୍କ ଅଫିସ୍‌ରୁ ସର୍କ୍ୟୁଲାର ଆସିଲା ଯେ,  ୩ ମାସ ପାଇଁ ରେଲୱେ କର୍ମଚାରୀଙ୍କ ପିଲାଙ୍କୁ ଏନାଉନ୍ସମେଣ୍ଟ ସେକ୍ସନରେ ଭର୍ତ୍ତି କରିବ। ଆଗ୍ରହ ଥିବା ପିଲାମାନଙ୍କୁ ରେଲୱେ କାର୍ୟ୍ୟାଳୟକୁ  ଯାଇ ଯୋଗାଯୋଗ କରିବାକୁ ହେବ ।

ଏହି ସମ୍ପର୍କରେ ସରଲାଙ୍କ ବାପା ଘରେ ଆସି ନିଜ ଝିଅଙ୍କୁ କହିଥିଲେ। ୩ ମାସ ପର୍ଯ୍ୟନ୍ତ ଟାଇମ୍‌ ପାସ ହୋଇଯିବ ଭାବି ସରଲା ରେଲୱେ ଷ୍ଟସନ ଯାଇଥିଲେ। ସେଠାରେ ଅନେକ ପିଲାଙ୍କ ସ୍ବର ପରୀକ୍ଷା କରାଯାଇଥିଲା। ଚୟନ କରାଯାଇଥିବା କିଛି ଜଣଙ୍କ ମଧ୍ୟରୁ ସରଲା ମଧ୍ୟ ଥିଲେ। ତେବେ ସରଲା ଏହି ବିଭାଗରେ ୧୯୮୨ ମସିହା ଜୁଲାଇ ମାସ ୧୩ ତାରିଖରେ ଯୋଗ ଦେଇଥିଲେ।

ପ୍ରଥମ ମହିଳା ଉଦ୍ଘୋଷିକା ଥିଲେ ସରଲା। ସରଲାଙ୍କ ପୂର୍ବରୁ ଏହି କାର୍ଯ୍ୟରେ କେବଳ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଥିଲା।  ସେହି ସମୟରେ ଷ୍ଟେସନରେ ମାଇକ୍‌ ସାମ୍ନାରେ ବସି ଘୋଷଣା କରାଯାଉଥିଲା। କାରଣ ପୂର୍ବରୁ ରେକର୍ଡିଂ କମ୍ପ୍ୟୁଟରାଇଜ୍‌ଡ ସିଷ୍ଟମ ନଥିଲା।  ସରଲାଙ୍କ ଅନୁସାରେ ସେହି ସମୟରେ କୌଣସି ମହିଳା ଘୋଷଣା କରିବା କିଛି କମ କଥା ନଥିଲା।

ଅଫିସ୍‌ ବାହାରେ ଲୋକମାନେ ତାଙ୍କ ପିଲା ଛୁଆଙ୍କୁ  ଦୂର ଦୂରରୁ ସରଲାଙ୍କୁ ଚିହ୍ନାଇ ଦିଅନ୍ତି। ରେଲୱେ ୩ ମାସ ଯାଏଁ ଏହି ଟ୍ରାୟଲ ରଖିଥିଲା।  ହେଲେ ଜନତାଙ୍କଠୁ ଭଲ ରେସପନ୍ସ ମିଳିଥିବାରୁ ୩ ମାସ ପରେ କାହାକୁ ବାହାର କରାଯାଇନଥିଲା। ଜଣେ ଅସ୍ଥାଇ କର୍ମଚାରୀ ଭଳି ସରଲାଙ୍କୁ ପ୍ରଥମେ ଦରମା ମିଳୁଥିଲା। ପରେ ୧୯୮୬ ମସିହା ଜୁନ ମାସରୁ ସରଲାଙ୍କୁ ରେଲୱେର ସ୍ଥାୟୀ କର୍ମଚାରୀ କରାଯାଇଥିଲା।     

 

   Related Posts