କୋଭିଡ-୧୯ କଲର୍ ଟ୍ୟୁନରେ ଭଏସ୍ ଦେଇଥିଲେ ଯଶଲିନ୍ : ନିଜ ଭଏସରେ ‘କରୋନା ସହିତ ଆଜି ସାରା ଦେଶ ଲଢ଼ୁଛି …..’ ଶୁଣି ନିଜେ ବି ବିରକ୍ତ ହୋଇଯାନ୍ତି

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦/୦୬ : ଦେଶରେ କରୋନା ଭାଇରସ ଏଣ୍ଟ୍ରି ସହ ଭାରତ ସରକାର କରୋନା ବିରୋଧରେ ଜନତାଙ୍କୁ ସଚେତନ କରିବା ପାଇଁ କଲର ଟ୍ୟୁନ ଜାରି କରିଥିଲେ | ଏହି କଲର ଟ୍ୟୁନ ବର୍ତ୍ତମାନ ସବୁ ଭାରତୀୟଙ୍କ ଫୋନରେ ଶୁଣିବାକୁ ମିଳୁଛି | ଯେମିତି ଆପଣ କାହାକୁ ଫୋନ ଲଗାଉଛି ଆପଣଙ୍କୁ ଶୁଣିବାକୁ ମିଳୁଛି, ଆଜି ପୁରା ଦେଶ କରୋନା ଭାଇରସ ସହ.......' | ତେବେ ଆପଣ ନିଶ୍ଚୟ କେବେ ଚିନ୍ତା କରିଥିବେ ଯେ ଏହି କଲର ଟ୍ୟୁନରେ ସ୍ୱର କାହାର | ଭଏସ ଓଭର ଆର୍ଟିଷ୍ଟ ଯଶଲିନ ଏହି କଲର ଟ୍ୟୁନ ପାଇଁ ଭଏସ ଦେଇଛନ୍ତି |

{"id":284071,"width":579,"height":324,"sizeSlug":"large"}

ଯଶଲିନ ନିଜର ଏକ ବିଶେଷ ମେସେଜ ସମ୍ପର୍କରେ କହିଛନ୍ତି | ସେ କହିଛନ୍ତି ଯେ, ସେ କେବେ ଭାବିନଥିଲେ ଯେ ତାଙ୍କର ଗୋଟିଏ ଭଏସ ରେକର୍ଡିଙ୍ଗ ଏତେ ପ୍ରଭାବ ପକାଇବ | ତାଙ୍କର ଏହି କଲର ଟ୍ୟୁନକୁ ବହୁତ ଲୋକପ୍ରିୟତା ମିଳିଛି ଯେ ତାହା ଉପରେ ମେମ ମଧ୍ୟ ତିଆରି କରିଛନ୍ତି ଲୋକେ | କିଛି ଜାଗାରେ ଲୋକେ ଏହି କଲର ଟ୍ୟୁନକୁ ଶୁଣି ଶୁଣି ବିରକ୍ତ ହୋଇ ଏହାକୁ ବନ୍ଦ କରିବାକୁ ସରକାରଙ୍କୁ ଅପିଲ ମଧ୍ୟ କରିଥିଲେ | ଯଶଲିନ ହସି ହସି କହିଛନ୍ତି, ସବୁଠାରୁ ପ୍ରଥମେ ତାଙ୍କ ପରିବାର ସଦସ୍ୟ ହିଁ ତାଙ୍କୁ ପରିହାସ କରିବା ଆରମ୍ଭ କରିଥିଲେ | କଲର ଟ୍ୟୁନକୁ ନେଇ ତାଙ୍କ ବନ୍ଧୁ ଓ ସମ୍ପର୍କୀୟ ମଧ୍ୟ ଅନେକ ମେସେଜ କରିଥିଲେ |

{"id":284073,"width":574,"height":376,"sizeSlug":"large"}

ଯଶଲିନଙ୍କୁ ପଚରା ଯାଇଥିଲା, ଯେତେବେଳେ ସେ ନିଜେ କାହାକୁ ଫୋନ କରନ୍ତି ଏବଂ ତାଙ୍କର ଭଏସ ରେକର୍ଡିଙ୍ଗ ଶୁଣନ୍ତି ତାଙ୍କୁ କିପରି ଲାଗେ ? ସେ ଜବାବ ଦେଇଥିଲେ ବହୁତ ଅଜବ ଲାଗେ | ସେ କହିଥିଲେ ମୁଁ ଜଣକୁ ଫୋନ କରେ, କିନ୍ତୁ ମୋର ହିଁ ଭଏସ ମୋତେ ୩୦ ସେକେଣ୍ଡ ଯାଏଁ ଶୁଣିବାକୁ ପଡେ |

{"id":284075,"width":567,"height":318,"sizeSlug":"large"}

ଯଶଲିନ କହିଛନ୍ତି, ପ୍ରଯୋଜକଙ୍କ ତରଫରୁ ଭଏସ ରେକର୍ଡିଙ୍ଗ ପାଇଁ ତାଙ୍କୁ ଯେଉଁ ମେସେଜ ମିଳିଥିଲା, ତାହା ପ୍ରତ୍ୟେକ ଭାରତୀୟଙ୍କ ଫୋନରେ ବାଜିବ | ପ୍ରଯୋଜକ ତାଙ୍କୁ ଫୋନ କରି କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଇଁ ଜରୁରୀ ମେସେଜ ରେକର୍ଡିଙ୍ଗ କରିବାର ଅଛି | ଏଥିପାଇଁ ସ୍ୱର ଟିକେ ଗମ୍ଭୀର ଓ ଦାୟିତ୍ୱବାନ ଭଳି ଦେବାକୁ ହେବ | ପ୍ରଥମେ ସେ ଭାବିଥିଲେ ଏହି କଲର ଟ୍ୟୁନ କିଛି ଦିନ ହିଁ ଚାଲିବ କିନ୍ତୁ ଏହା ଏବେ ସୁଦ୍ଧା ସମସ୍ତଙ୍କ ଫୋନରେ ବାଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.