ଜାତୀୟ ରାଜପଥ ମରାମତି ଦାବିରେ ଧାରଣାରେ ବସିଲେ ଗ୍ରାମବାସୀ: ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଓରିଏଣ୍ଟାଲ ସଂସ୍ଥାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 12, 2020 IST

ପାଲଲହଡା୧୨/୧୦: ୪୯ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତାକୁ ଓହ୍ଲାଇଲେ ପାଲଲହଡାବାସୀ। ରାସ୍ତାରେ ଖାଲଖମା ସହ ଧୂଳି ଯୋଗୁଁ ଯାତାୟାତରେ ଅସୁବିଧା ହେଉଛି। ସମ୍ପୃକ୍ତ ଠିକାସଂସ୍ଥା ରାସ୍ତା ନିର୍ମାଣରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଜାତୀୟ ରାଜପଥର ମରାମତି ଦାବିରେ ଆନ୍ଦୋଳନରେ ବସିଲେ ପାଲଲହଡା ଉଦିତନଗର ବାସିନ୍ଦା। ବାଲିପସିରୁ କନ୍ତଳା ପର୍ଯ୍ୟନ୍ତ ପାଖାପାଖି ୧୦ କିମି ରାସ୍ତା ଅବସ୍ଥା ଶୋଚନୀୟ। ଦୀର୍ଘଦିନ ହେବ ଏହି ରାସ୍ତା ନିର୍ମାଣ ଚାଲିଛି। ଫଳରେ ରାସ୍ତାରେ ଧୂଳି ଉଡିବା ସହ ଯାତାୟାତରେ ନାହିଁ ନ ଥିବା ଅସୁବିଧା ହେଉଛି। ଖାଲି ଆଖିରେ ସାଇକେଲ କିମ୍ବା ମଟର ସାଇକେଲ ଯିବା ଆସିବା ସମ୍ଭବ ହେଉନାହିଁ। ତେଣୁ ତୁରନ୍ତ ରାସ୍ତାରେ ପାଣି ପକାଇବା ସହ ମରାମତି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି।

ସେପଟେ ଆନ୍ଦୋଳନକାରୀଙ୍କ ସହ ପାଲଲହଡା ତହସିଲ ଦାର,ଏନ.ଏଚ. ଆଇ ସମ୍ପୃକ୍ତ ଠିକା ସଂସ୍ଥାକୁ ଡାକି ଆଲୋଚନା କରିଛନ୍ତି। ୭ ଦିନର ସମୟ ମାଗିବା ସହ ପ୍ରଥମେ ପାଣି ପକାଇବା ସହ ମରାମତି କାମ କରାଯିବ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଓରିଏଣ୍ଟାଲ ଠିକାସଂସ୍ଥାକୁ ନିର୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.