Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||

ଦୀର୍ଘ ୩ ବର୍ଷ ହେଲା ପୂରଣ ହେଉନି ଦାବି: ଆଲୁମିନିୟମ କାରଖାନାର ମୁଖ୍ୟ ଫାଟକରେ ଧାରଣରେ ବସିଲେ ଗ୍ରାମବାସୀ

27/10/2020 at 7:34 PM

ଝାରସୁଗୁଡା୨୭/୧୦: ଦୀର୍ଘ ୩ ବର୍ଷ ଧରି ବିସ୍ଥାପିତ ହେବାକୁ ଆନ୍ଦୋଳନ ସତ୍ତ୍ୱେ ଦାବୀ ପୂରଣ ହେଉନି। ଫଳରେ ପୁନର୍ବାର ଝାରସୁଗୁଡା ଜିଲ୍ଲା ଭୁର୍କାମୁଣ୍ଡାରେ ଥିବା ବେଦାନ୍ତ ଆଲୁମିନିୟମ କାରଖାନାର ମୁଖ୍ୟ ଫାଟକରେ କାତି କେଲା ଗ୍ରାମବାସୀମାନେ ବିସ୍ଥାପନ ସମସ୍ୟା ନେଇ ଆଜି ସକାଳ ଠାରୁ ଧାରଣାରେ ବସିଥିଲେ। ଗତ ୨୦୧୭ ଅଗଷ୍ଟ ୨୮ ତାରଖ ରାତିରେ କତିକେଲା ଗ୍ରାମର ନିକଟରେ ଥିବା ଆସପଣ୍ଡ ଭାଙ୍ଗି ଯାଇଥିଲା ।

ଏହା ଦ୍ୱାରା ସେହି ଦିନ ଠାରୁ ଗ୍ରାମବାସୀମାନେ ସମସ୍ତଙ୍କୁ ବିସ୍ଥାପନ କରିବା ସହ ଉଚିତ ପ୍ରାପ୍ୟ ଓ ସ୍ଥାୟୀ ଚାକିରୀ ଦାବି କରିଆସୁଛନ୍ତି। ମାତ୍ର ବହୁଦିନ ହେଲାଣି ଏହି ସମସ୍ୟା ରହିଥିଲେ ମଧ୍ୟ କୌଣସି ସଠିକ ସମାଧାନ ହେଉନଥିବା ବେଳେ ବେଦାନ୍ତ କର୍ତ୍ତୃପକ୍ଷ କିମ୍ବା ଜିଲ୍ଳା ପ୍ରଶାସନ ଆଗଭର ହେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି।

ଆଜି ସକାଳୁ କାତିକେଲା ଗ୍ରାମବାସୀ ବେଦାନ୍ତର ଏକ ନମ୍ବର ଫାଟକ ନିକଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନରେ ବସି ରହିବାରୁ ଉତ୍ତେଜନା ଲାଗି ରହିଥିଲା। ଫାଟକରେ ପୋଲିସ ଉପସ୍ଥିତ ରହିଥିଲେ। ତିନିମାସ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଶେଷରେ ଆନ୍ଦୋଳନକାରୀ, ପ୍ରଶାସନ ଏବଂ ବେଦାନ୍ତ କତ୍ତୃପକ୍ଷ ସହ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

କାତିକେଲା ଗ୍ରାମର ୩୨୨ ପରିବାରଙ୍କୁ ବିସ୍ଥାପିତ କରାଯାଉଥିବାରୁ ଓ ଯେମିତି ଶ୍ରୀଘ୍ର ସମସ୍ତ କାମ ସମାପ୍ତ ହେବ ସେଥିପ୍ରତି କାମକୁ ଆଗେଇ ନିଆଯିବ ଓ ଏହାକୁ ଜିଲାପ୍ରଶାସନ ତଦାରଖ କରିବ ବୋଲି ଉପସ୍ଥିତ ଥିବା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି।

   Related Posts