କରୋନା ଡରକୁ ବଳିଲା ସନ୍ଦେହ, ଆସିଲେନି ଗାଁ ଲୋକେ: ସତ୍କାର ନହୋଇ ଗାଁ ଦାଣ୍ଡରେ ପଡ଼ି ରହିଲା ଯୁବକଙ୍କ ମୃତଦେହ

Published By : Prameya-News7 Bureau | May 04, 2020 IST

ବାଲେଶ୍ବର୪/୫: କରୋନା ସନ୍ଦେହରେ ଗାଁ ଦାଣ୍ଡରୁ ଉଠିଲାନି ମୃତଦେହ। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସିମୁଳିଆ ବ୍ଲକ୍ ଗୌଡ଼ପଡ଼ାରେ। ଶ୍ରୀଧର ଦଳେଇ ନାମକ ଜଣେ ବ୍ୟକ୍ତି କୋଲକାତାରୁ ଗତ ୩୦ ତାରିଖରେ ଫେରିଥିଲେ। ତେବେ ସେ ଥଣ୍ଡା ଜ୍ବରରେ ପୀଡ଼ିତ ଥିଲେ। ତେବେ ତାଙ୍କର ସ୍ବାବ ଟେଷ୍ଟ କରାଯାଇଥିଲେ ମଧ୍ୟ କରୋନା ସଂକ୍ରମିତ ହୋଇ ନଥିବା ଜଣାପଡ଼ିଥିଲା।  ଗତକାଲି ଭୋରରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇଥିଲା। କରୋନା ଭୟରେ ଗାଁ ଲୋକ ସାଥିରେ ଯାଇନଥିଲେ। ଗତକାଲି ସନ୍ଧ୍ୟାରେ ଶ୍ରୀଧର ବାଲେଶ୍ଵର ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ତାଙ୍କ ପତ୍ନୀ ଡାକ୍ତରଖାନାକୁ ଯାଇ ମୃତଦେହ ଆଣିଥିଲେ ମଧ୍ୟ ଗାଁ ଲୋକେ ଶବ ସତ୍କାର ପାଇଁ ଆଗେଇ ଆସୁନାହାନ୍ତି। ଏଥିଯୋଗୁଁ ୧୫ ଘଣ୍ଟାରୁ ଅଧିକ ହେଲାଣି ଶ୍ରୀଧରଙ୍କ ଶବ ପଡ଼ି ରହିଥିଲେ ମଧ୍ୟ କେହି ଉଠାଇବାକୁ ଆସିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.