ଗାଁ ମଝିରେ ହଟହଟା ହେଲେ ପୋଲିସ୍‌...

Published By : Prameya-News7 Bureau | June 09, 2020 IST

ବାଙ୍କୀ୯/୬: ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚ।ୟତ ବାଲିପାହାଡ଼ ଗାଁରେ ଏଭଳି ଘଟଣା ଘଟିଛି। ଗତକାଲି ମଧ୍ୟାହ୍ନରେ ପୋଲିସ ବିନା କାରଣରେ ମହେଶ୍ୱର ପ୍ରଧାନଙ୍କୁ ଘରୁ ଉଠାଇ ଥାନାକୁ ଆଣିବାକୁ ଯାଇଥିଲେ ଏବଂ ଘରୁ ଉଠାଇ ଆଣି ପୋଲିସ ଗାଡ଼ିରେ ବସାଇବା ବେଳେ ଘର ଲୋକ ପାଟି କରିବାରୁ ଗ୍ରାମ ଲୋକେ ଏକତ୍ରିତ ହୋଇ ପୋଲିସି ଗାଡି ଅଟକାଇ ଥିଲେ।ପୋଲିସକୁ ବିନା କାରଣରେ ଉଠାଇ ନେବା ନେଇ ଗାଡି ଭିତରେ ଥିବା ପୋଲିସ ବାବୁଙ୍କୁ ହାତ ଉଠାଇ ମାଡ଼ ମାରିବାକୁ ପଛାଇ ନଥିଲେ। ପରେ ପୋଲିସ ତାଙ୍କୁ ଛାଡ଼ିଦେଇ ଖସି ପଳାଇ ଆସିଥିଲେ ।

ହେଲେ ଗ୍ରାମ ଲୋକଙ୍କ ରାଗ ଶେଷ ହୋଇନଥିଲା ଗୋଡ଼ାଇଥିଲେ ପୋଲିସକୁ ଠେଙ୍ଗା ଧରି ବାଡେଇବାକୁ ହେଲେ ଘଟଣାସ୍ଥଳୁ ପୋଲିସ ଗାଡି ସହ ଖସି ଫେରି ଆସିଥିଲେ। ଘଟଣା ହେଉଛି ଏକ ଜମିଜମା ସଂକ୍ରାନ୍ତୀୟ ତଥ୍ୟକୁ ନେଇ ହୋଇଥିବା ଜଣାପଡିଛି । ହେଲେ ଜମି ଜଣଙ୍କର ମହେଶ୍ୱର ପ୍ରଧାନ ହେଉଛନ୍ତି ଭାଗ ଚାଷୀ ।ସେ ଭାଗ ଚାଷ କରୁଥିବା ବେଳେ ତାଙ୍କ ନାମରେ ଏକ ମିଥ୍ୟା ଅଭିଯୋଗ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.