ଜିଲ୍ଲା ପ୍ରଶାସନର ଅଣଦେଖା: ଗାଁ ଲୋକେ ମିଶି ତିଆରି କଲେ ରାସ୍ତା

Published By : Prameya-News7 Bureau | June 11, 2020 IST

ଭଦ୍ରକ୧୧/୬: ଗ୍ରାମବାସୀ ମିଶି କଲେ ରାସ୍ତା ମରାମତି । ଭଦ୍ରକ ଜିଲ୍ଲା ବାଣିତିଆ ପଞ୍ଚାୟତ ମୁକ୍ତାପଦି ଓ ଝାଟିଆ ଗ୍ରାମର କିଛି ଯୁବକ ଓ ଗ୍ରାମବାସୀଙ୍କ ସହଯୋଗରେ ମାଟି ପକାଇ ରାସ୍ତା ମରାମତି କରିଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଏହି ରାସ୍ତାଟି ଦୀର୍ଘ ଦିନରୁ ଏହିଭଳି ଅବସ୍ଥାରେ ପଡ଼ି ରହିଥିଲା । ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୀର୍ଘ ଦଶ ବର୍ଷ ହେବ ସାମିଲ ହୋଇଥିଲେ ମଧ୍ୟ କେବେ ଏହି ରାସ୍ତାରେ ମୁଠେ ମାଟି ପଡିନି । ଭଦ୍ରକ ଜିଲ୍ଲାରୁ ବାଲେଶ୍ୱର ଜିଲ୍ଲାକୁ ସଂଯୋଗ କରୁଛି ଏହି ରାସ୍ତା । ଦଶ ରୁ ଉର୍ଦ୍ଧ୍ବ ପଞ୍ଚାୟତର ଲୋକେ ଏହି ରାସ୍ତା ଦେଇ ଦୈନନ୍ଦିନ ଯାତାୟାତ କରିଥାନ୍ତି । ଶୁଖିଲା ପାଗରେ ଯେକୌଣସି ପ୍ରକାର ଯିବା ଆସିବା ସମ୍ଭବ ହେଉଥିଲେ ହେଁ ବର୍ଷା ଦିନେ ଯାତାୟାତ ସମ୍ପୂର୍ଣ ଠପ ହେଇଯାଏ । ସ୍କୁଲ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.