Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ

22/07/2020 at 3:20 PM

ସମ୍ବଲପୁର୨୨/୭: ଗୀତ ନାଁରେ ଗାଁ ନାଁ ବଦଳିଗଲା। ରାଜ୍ୟର ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ । ସମ୍ବଲପୁରର ବିଲଙ୍ଗ ଗାଁକୁ ରଙ୍ଗବତୀ ନାଁରେ ନାମିତ କରାଯାଇଛି । ଏ ନେଇ କେନ୍ଦ୍ର ସରକାର ଅନୁମତି ଦେବା ପରେ ଗାଁର ନାଁ ବଦଳି ହୋଇଛି ‘ରଙ୍ଗବତୀ ବିଲଙ୍ଗ’ । ଏହି ଗାଁ ହେଉଛି ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌତିଆଁଙ୍କ ଗାଁ । ୧୯୭୫-୭୬ରେ ପ୍ରଥମେ ଆକଶବାଣୀରେ ଏହି ଗୀତ ରେକର୍ଡ କରାଯାଇଥିଲା । ପରେ ଏହାକୁ ଏକ ଘରୋଇ କ୍ୟାସେଟ କମ୍ପାନୀ ରେକର୍ଡିଂ କରି ୧୯୭୮-୧୯୭୯ ମସିହାରେ ରିଲିଜ କରିଥିଲା ।

ରଙ୍ଗବତୀ ଗୀତ ସାରା ରାଜ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ଏହାକୁ ଗାଇଥିଲେ ଜୀତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ । ପରେ ଏହି ଗୀତ ଦେଶ ବିଦେଶରେ ବି ବେଶ ଲୋକପ୍ରିୟ ହୋଇଛି । ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଓ ବିହାରରେ ଏହି ଗୀତ ବେଶ ଲୋକପ୍ରିୟ ହୋଇପାରିଛି । ଅନ୍ୟ ଭାଷାରେ ବି ଏହି ଗୀତକୁ ଗାଇଛନ୍ତି କଳାକାର । ଏପରିକି ୨୦୧୫ରେ କୋରିଆର କଳାକାର ବି ରଙ୍ଗବତୀ ଗୀତର ତାଳରେ ନାଚିଥିଲେ । ରଙ୍ଗବତୀ ଗୀତ ଲାଗି ଗାୟକ ଜିତେନ୍ଦ୍ରିୟ ହରିପାଲଙ୍କୁ ୨୦୧୭ରେ ପଦ୍ମଶ୍ରୀ ବି ଦିଆଯାଇଛି ।

   Related Posts